27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶମାଷ୍ଟରମାଇଣ୍ଡ ରାଣାଙ୍କୁ ଆଣିବାକୁ ଯିବ ଏନଆଇଏ

ମାଷ୍ଟରମାଇଣ୍ଡ ରାଣାଙ୍କୁ ଆଣିବାକୁ ଯିବ ଏନଆଇଏ

ନୂଆଦିଲ୍ଲୀ : ଆମେରିକାରୁ ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣାର ପ୍ରତ୍ୟାର୍ପ ପାଇଁ ଜୋରଦାର ହେଲା କସରତ । ଆମେରିକା ଯିବ ଏନଆଇଏ ଟିମ । ସୂଚନା ଅନୁସାରେ ୨ରୁ ୩ ଅଧିକାରୀ ଚଳିତ ସପ୍ତାହରେ ଆମେରିକା ଯିବେ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନର ପ୍ରୟାସ ପରେ ୨୫ ତାରିଖରେ କୁଟନୈତିକ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ତହବୁର ରାଣାକୁ ଭାରତ ପ୍ରତ୍ୟାବର୍ତ୍ତନକୁ ମଞ୍ଜୁରୀ ଦେଇଥିଲେ ତହବୁର ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପାକିସ୍ତାନର ମୂଳବାସିନ୍ଦା ତହବୁର ରାଣା। କାନାଡାରେ ବ୍ୟବସାୟ କରୁଥିଲା। ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରମୁଖ ଭୁମିକା ଥିବା ଅଭିଯୋଗ ହୋଇଥିଲା। ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ତହବୁର। ଆମେରିକା ଲସ୍ ଏଞ୍ଜଲସ୍ ଜେଲରେ ରହୁଥିବା ତହବୁରକୁ ଫେରାଇ ଆଣିବାକୁ ଦାବି କରି ଆସୁଥିଲା ଭାରତ। ମାମଲାର ସମୀକ୍ଷା ପାଇଁ ନଭେମ୍ବର ୧୩ ତାରିଖରେ ଆମେରିକା ସୁପ୍ରିମକୋର୍ଟରେ ଆବେଦନ କରିଥିଲା ତହବୁର। ହେଲେ କୋର୍ଟ ମାମଲାକୁ ଖାରଜ କରିଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking