ଭୁବନେଶ୍ୱର: ଭୁବନେଶ୍ୱରରେ ଏନଏଚଆରସିର ଟିମ ପହଞ୍ଚିଛନ୍ତି । କିଟ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ କରିବ ଏହି ଟିମ । ଅଧିକ ତଦନ୍ତ ପାଇଁ ଏନଏଚଆରସିର ଟିମ ବା କେନ୍ଦ୍ରୀୟ ମାନବାଧିକାର କମିଶନରଙ୍କ ଟିନ ଭୁବନେଶ୍ୱର ଆସିଛନ୍ତି । କିଟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବ ଏନଏଚଆରସିର ଟିମ । ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ରାଜନୀତିରେ ପାଲଟିଛି । ଛାତ୍ରୀଙ୍କ ମୃତ୍ୟୁ ପରେ ଯେତେବେଳେ ଅନ୍ୟ ଛାତ୍ର ଛାତ୍ରୀ ଏହାକୁ ବିରୋଧ କରି ବିକ୍ଷୋଭ କରିଥିଲେ ସେତେବେଳେ ସେମାନଙ୍କୁ ଯେଉଁଭଳି ଭାବରେ ଘୋଡେଇ ଦିଆଯାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ତାହାକୁ ନେଇ ମଧ୍ୟ ତଦନ୍ତ କରିବ ଏନଏଚଆରସି ଟିମ ।










