26.1 C
Bhubaneswar
Wednesday, February 4, 2026
Homeଓଡିଶାଅଗଷ୍ଟ ୧୮ରେ ବୋର୍ଡର ଉପ ସଭାପତିଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି

ଅଗଷ୍ଟ ୧୮ରେ ବୋର୍ଡର ଉପ ସଭାପତିଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି

କଟକ: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ଗିରଫ ହୋଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପ ସଭାପତି ଡକ୍ଟର୍ ନିହାର ରଞ୍ଜନ ମହାନ୍ତିଙ୍କ ଜାମିନ ଆବେଦନ ଶୁଣାଣି ତୃତୀୟ ଅତିରିକ୍ତ ଦୌରା ଜଜ କରିଛନ୍ତି। କ୍ରାଇମ ବ୍ରାଞ୍ଚକୁ କେସ  ଡାଇରୀ ଦାଖଲ ପାଇଁ  କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୮ ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି କରାଯିବ। ସେହିପରି ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଜିତନ୍ ମହାରଣା ମଧ୍ୟ ଜାମିନ ଲାଗି ଦୌରା ଜଜ୍ ଅଦାଲତ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି। ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ନିଜ ଚିହ୍ନା ପରିଚିତ ଶିକ୍ଷକଙ୍କୁ ମଧ୍ୟ ସିଧାସଳଖ ଉତ୍ତର ନକଲ ବିକ୍ରି କରିଛନ୍ତି। ଏଥିପାଇଁ ସେ ୩୦ରୁ ୫୦ ହଜାର ଟଙ୍କା ଆଦାୟ କରିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking