21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ୨ ଚକିଆ ଯାନ ପାଇଁ ଟୋଲ ଫିଂ’ ଖବର ମିଛ

୨ ଚକିଆ ଯାନ ପାଇଁ ଟୋଲ ଫିଂ’ ଖବର ମିଛ

ନୂଆଦିଲ୍ଲୀ: ଦେଶର କିଛି ଗଣମାଧ୍ୟମ ଆଜି ଏଭଳି ଏକ ଖବର ପ୍ରଚାର କରିଥିଲେ । ଯେଉଁଥିରେ ଲେଖାଥିଲା କି, ଜୁଲାଇ ୧୫ ତାରିଖରୁ ରାଜପଥରେ ଯାଉଥିବା ଦୁଇଚକିଆ ଯାନ ପାଇଁ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏନେଇ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଲେଖିଛନ୍ତି କି, ଏହା ଏକ ଭୁଲ ଖବର । ଗଡକରୀ ଲେଖିଛନ୍ତି, ମୁଁ ସ୍ପଷ୍ଟ କରୁଛି ଏଭଳି କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏହାସହ ସେ ଯେଉଁ ଗଣମାଧ୍ୟମମାନେ ଏଭଳି ଖବର ପ୍ରସାରଣ କରିଥିଲେ ସେମାନଙ୍କୁ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି ଯେ, କିଛି ଗଣମାଧ୍ୟମ ବ୍ରେକିଂ ନ୍ୟୁଜ୍ ନାମରେ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏହା ସୁସ୍ଥ ସାମ୍ବାଦିକତାର ଲକ୍ଷଣ ନୁହେଁ । ଏଭଳି ପତ୍ରକାରିତାକୁ ମୁଁ ଦୃଢ ନିନ୍ଦା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking