15.1 C
Bhubaneswar
Monday, February 9, 2026
Homeଓଡିଶାନବବଧୂଙ୍କ ମୃତ୍ୟ ଘଟଣା: ସ୍ବାମୀ, ଶାଶୁ, ଶ୍ବଶୁର ଗିରଫ

ନବବଧୂଙ୍କ ମୃତ୍ୟ ଘଟଣା: ସ୍ବାମୀ, ଶାଶୁ, ଶ୍ବଶୁର ଗିରଫ

ରାୟଗଡ଼ା: ଗୁଣୁପୁରରେ ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟ ଘଟଣାରେ ସ୍ବାମୀ, ଶାଶୁ, ଶ୍ବଶୁରକୁ ଗିରଫ କରିଛି ଗୁଣୁପୁର ପୋଲିସ୍ । ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଗୁଣୁପୁର ଉପକାରାଗାରକୁ ପଠାଯାଇଛି ।ଝିଅକୁ ବିବାହ ଦେବା ପରଠୁ ଯୌତୁକ ଜନିତ ନିର୍ଯ୍ୟାତନା ଦିଆଯାଉଥିବା ନେଇ ରଶ୍ମୀଙ୍କ ବାପା ଗୁଣୁପୁର ଥାନାରେ ଅଭିଯୋଗ କରିବା ପରେ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ପୋଲିସ।ଗତ ୯ ତାରିଖ ରାତିରେ ରଶ୍ମୀ ରଞ୍ଜନୀ ବଡକୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ମୃତକ ମହିଳାଙ୍କ ପରିବାର ଖବର ପାଇବାପରେ ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିବାରୁ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ।। ୮ ମାସ ତଳେ ଜଣେ ପୋଲିସ କନେଷ୍ଟବଳଙ୍କୁ ବିବାହ କରିଥିଲେ ରଶ୍ମୀ ରଂଞ୍ଜନୀ । ମୃତ ନବବଧୁ ରଶ୍ମୀଙ୍କ ଘର ପାରଳାଖେମୁଣ୍ଡି ସହରର ବିଦ୍ୟାନଗର । ୩ ଜୁଲାଇ ୨୦୨୪ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶତର ଚନ୍ଦ୍ର ମାଝୀଙ୍କ ପୁଅ ଦେବାଶିଷ ମାଝିଙ୍କୁ ବିବାହ ହୋଇଥିଲେ ରଶ୍ମୀ। ରଶ୍ମୀ ଜଣେ ପୋଷ୍ଟାଲ କର୍ମଚାରୀ ଥିଲୋ। ଝିଅକୁ ବିବାହ ଦେବା ପରଠୁ ଯୌତୁକ ଜନିତ ନିର୍ଯ୍ୟାତନା ଦିଆଯାଉଥିବା ନେଇ ରଶ୍ମୀଙ୍କ ବାପା ଗୁଣୁପୁର ଥାନାରେ ଅଭିଯୋଗ କରିବା ପରେ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking