29.1 C
Bhubaneswar
Wednesday, March 19, 2025
Homeଦେଶ ବିଦେଶଗୁଲେନ ବେରେ ସିଣ୍ଡ୍ରୋମରେ ମୁମ୍ବାଇରେ ପ୍ରଥମ ମୃତ୍ୟୁ

ଗୁଲେନ ବେରେ ସିଣ୍ଡ୍ରୋମରେ ମୁମ୍ବାଇରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ : ଡ଼ରାଉଛି ଗୁଲେନ ବେରେ ସିଣ୍ଡ୍ରୋମ ଭୁତାଣୁ । ଗୁଲେନ ବେରେ ସିଣ୍ଡ୍ରୋମରେ ମୁମ୍ବାଇରେ ଜଣଙ୍କ ପ୍ରଥମ ମୃତ୍ୟୁ ହୋଇଛି । ମୁମ୍ବାଇରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ନାୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ଜିବିଏସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି । ମୃତକ ମୁମ୍ବାଇ ଅନ୍ତର୍ଗତ ବଦାଲାର ବୋଲି ଜଣାପଡିଛି। ଯାଏଁ ଜିବିଏସ ଭାଇରସଜନିତ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଜିବିଏସକୁ ନେଇ ସତର୍କ ହୋଇଛନ୍ତି ପୁଣେ କର୍ତ୍ତୃପକ୍ଷ । ୩୦ଟି ଘରୋଇ ଜଳ ଯୋଗାଣ ପ୍ଲାଣ୍ଟକୁ ସିଲ୍ କରାଯାଇଛି। ଏହି ରୋଗରେ ଆକ୍ରାନ୍ତ ବ୍ଯକ୍ତିଙ୍କ ସ୍ନାୟୁଗତ ନିଷ୍କ୍ରିୟତା ପରିଲକ୍ଷିତ ହେବା ସହ ମାଂସପେଶୀ ଦୁର୍ବଳ ହୋଇଯାଏ । ଗୋଡ ଓ ହାତରେ ଦୁର୍ବଳତା ପରିଲକ୍ଷିତ ହେବା ସହ ଖାଇବା ଓ ନିଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହୋଇଥାଏ । ଏପରିକି କେତେକ ରୋଗୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ପକ୍ଷାଘାତ ଘଟଣା ଘଟିଥାଏ । ପୁରୁଷ ଓ ଯୁବକଙ୍କୁ ଏହା ଅଧିକ ଆକ୍ରାନ୍ତ କରିଥାଏ । ଏହି ଭୁତାଣୁ କିଛି ବୟସ ଦେଖେନାହିଁ । ତେବେ ସବୁ ବୟସର ଲୋକଙ୍କୁ ଏହି ସିଣ୍ଡ୍ରୋମ ଆକ୍ରାନ୍ତ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking