21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ନବ ବିବାହିତା ବୋହୂ

ନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ନବ ବିବାହିତା ବୋହୂ

ନୂଆଦିଲ୍ଲୀ: ଯୌତୁକ ପାଇଁ ନବ ବିବାହିତା ବୋହୂକୁ ନିର୍ଯାତନା ଦେଲେ ଶ୍ୱଶୁର ଘର ଲେକେ । ଏହାକୁ ସହି ନ ପାରି ଆତ୍ମହତ୍ୟା କଲା ବୋହୂ । ଏଭଳି ଏକ ଖବର ତାମିଲନାଡୁର ତିରୁପ୍ପୁର ସହରରୁ ଆସିଛି । ରିଧାନ୍ୟା ଚଳିତ ବର୍ଷ ଏପ୍ରିଲରେ କଭିନ କୁମାରଙ୍କୁ ବିବାହ କରିଥିଲେ । ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ । ରବିବାର ଦିନ ରିଧନ୍ୟା ମନ୍ଦିର ଯାଉଥିବା କହି ଘରକୁ ବାହାରି ଯାଇଥିଲେ । କିଛି ଘଣ୍ଟା ପରେ ରିଧାନ୍ୟା କୀଟନାଶକ ଔଷଧ ଖାଇ କାରରେ ମୃତ୍ୟୁବରଣ କରିଥିଲେ । ମରିବା ପୂର୍ୱରୁ ସେ ଏକ ଭାବ ପ୍ରବଣ ଭିଡିଓ ତିଆରି କରି , ତାଙ୍କ ମା ବାପାଙ୍କୁ କ୍ଷମା ମାଗିଥିଲେ । ସେ ବହୁତ ମାନସିକ ନିର୍ଯାତନା ପାଉଥିଲେ ବୋଲି ଭିଡିଓରେ କହିଛନ୍ତି । ତାଙ୍କ ସ୍ୱାମୀ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଥିବା କହିଥିଲେ । ରିଧାନ୍ୟଙ୍କ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଚି । ପରେ ପୋଲିସ ରିଧାନ୍ୟର ଶ୍ୱଶୁର ଘର ଲୋକଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking