25.1 C
Bhubaneswar
Thursday, February 12, 2026
Homeଓଡିଶାନବ ନିର୍ବାଚିତ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା

ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର : କୁଡୁମୀ ସମାଜକୁ ପ୍ରତିନିଧିତ୍ୱ କରୁଥିବା ମୟୂରଭଞ୍ଜର ଜଣାଶୁଣା ନାରୀ ନେତ୍ରୀ ତଥା ନବ ନିର୍ବାଚିିତ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାୟକ ଛବି ମଲ୍ଲିକ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ପୂର୍ଣ୍ଣିମା କେରକେଟା ପ୍ରମୁଖ ନେତୃବୃନ୍ଦ ମହନ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ରାଜ୍ୟରେ ବିଜେପି ଶକ୍ତିଶାଳୀ ହେଉଛି । ରାଜ୍ୟସଭାରେ ଓଡିଶାରୁ ବିଜେପି ତରଫରୁ ପ୍ରତିନିଧିତ୍ୱ କରୁଥିବା ସାଂସଦଙ୍କ ସଂଖ୍ୟା ୧ ରୁ ୨ କୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ବିଜେପିର ଏବେ “ଡବଲ ଇଞ୍ଜନ ସରକାର” ଥିବାରୁ ବିକଶିତ ଓଡ଼ିଶା ଏବଂ ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାର ସାମୁଗ୍ରିକ ଓ ସମନ୍ୱିତ ବିକାଶ ମୋର ପ୍ରାଥମିକତା ବୋଲି ଏହି ଅବସରରେ ଶ୍ରୀମତୀ ମହାନ୍ତ କହିଛନ୍ତି । ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ଭାରତୀୟ ଜନତା ପାର୍ଟିକୁ ଧନ୍ୟବାଦ ଦେବା ସହ ଓଡିଶାର ବିକାଶ ଏବଂ ପ୍ରଗତି ପାଇଁ ବିଜେପିର ସାଧାରଣ କାର୍ଯ୍ୟକର୍ତା ଭାବେ ମନପ୍ରାଣ ଦେଇ କାମ କରିବେ ବୋଲି ଶ୍ରୀମତୀ ମହାନ୍ତ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking