17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମୃତ୍ୟୁକୁ ଆମନ୍ତ୍ରଣ କଲା ନୂଆବର୍ଷ ପାଳନ; ଭୟଙ୍କର ଅଗ୍ନିକାଣ୍ଡରେ ୪୦ ଜୀବନ୍ତ ଦଗ୍ଧ

ମୃତ୍ୟୁକୁ ଆମନ୍ତ୍ରଣ କଲା ନୂଆବର୍ଷ ପାଳନ; ଭୟଙ୍କର ଅଗ୍ନିକାଣ୍ଡରେ ୪୦ ଜୀବନ୍ତ ଦଗ୍ଧ

ବର୍ଣ୍ଣ: ପାଲଟିଲା ବିଶ୍ୱର ଅନ୍ୟ ସବୁ ସହର ଭଳି ସ୍ୱିଜରଲ୍ୟାଣ୍ଡ୍‌ର କ୍ରାନ୍ସ-ମୋଣ୍ଟାନା ସହରବାସୀ ମଧ୍ୟ ନୂତନ ବର୍ଷ ପାଳନକୁ ଅତ୍ୟନ୍ତ ହର୍ଷୋଲ୍ଲାସର ସହ ପାଳନ କରିବାକୁ ଅପେକ୍ଷା କରି ରହିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଅପେକ୍ଷା ସେମାନଙ୍କୁ ଏପରି ଏକ ଗଭୀର କ୍ଷତ ଦେଇଛି ଯେ, ହୁଏତ ଏଥିରୁ ବାହାରିବା ପାଇଁ ସେମାନଙ୍କୁ ଅନେକ ସମୟ ଲାଗିବ। ନୂଆବର୍ଷର ପୂର୍ବ ରାତିରେ ଏଠାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସାଙ୍ଗକୁ ଭୟଙ୍କର ଅଗ୍ନିକାଣ୍ଡ ସଂଘଠିତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଅଘଟଣରେ ପ୍ରାୟ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରୁ ବଞ୍ôଚଯାଇଥିବା ବ୍ୟକ୍ତିବିଶେଷମାନେ ନିଜ ସମ୍ପର୍କୀୟଙ୍କ ହରାଇ ଭାଙ୍ଗିପଡିଛନ୍ତି।

ନୂଆବର୍ଷର ପ୍ରଥମ ମୁହୂର୍ତ୍ତକୁ ପାଳନ କରିବା ଉଦ୍ଦେଶ୍ୟରେ ଚର୍ଚ୍ଚିତ ତଥା ଲୋକପ୍ରିୟତା ହାସଲ କରିଥିବା ସ୍ୱିସ୍ ଆଲପାଇନ୍ ରିସର୍ଟ ବାରରେ (ରାତ୍ରିକାଳୀନ ବାର୍‌)ରେ ଅନେକ ଲୋକ ରୁଣ୍ଡ ହୋଇଥିଲେ। ବାର୍‌ରେ ନାଚଗୀତ ଆଦି ମଧ୍ୟ ଜାରି ରହିଥିଲା। ତେବେ ରାତି ପ୍ରାୟ ୧.୩୦ ସମୟ ବେଳକୁ କୌଣସି କାରଣରୁ ଏଠାରେ ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ହେବା ମାତ୍ରେ ହିଁ ନିଆଁ ଲାଗିଯାଇଥିଲା ଏବଂ ଦେଖୁଦେଖୁ ଏହା ଭୟଙ୍କର ରୂପ ଧାରଣ କରିଥିଲା। ନିଆଁ ଏତେ କମ୍ ସମୟ ମଧ୍ୟରେ ସମ୍ପ୍ରସାରିତ ହୋଇଯାଇଥିଲା ଯେ, ବାର୍‌ରେ ଥିବା ସମସ୍ତ ଲୋକ ବାହାରକୁ ବାହାରକୁ ମଧ୍ୟ ସମୟ ପାଇନଥିଲେ। ଫଳରେ ଅନେକ ଲୋକ ଜଳିପୋଡି ଯାଇଛନ୍ତି।

ପ୍ରକାଶ, କ୍ରାନ୍ସ-ମୋଣ୍ଟାନା ରିସର୍ଟ ଏକ ଅନ୍ତର୍ଜାତୀୟ ସ୍କି ଏବଂ ଗଲ୍ଫ ସ୍ଥାନ ଭାବରେ ଜଣାଶୁଣା। ଏଠାରେ ନୂଆବର୍ଷ ପାଳନ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ ଏବଂ ନାମୀଦାମୀ ଲୋକେ ମାତ୍ରାଧିକ ଅର୍ଥ ଖର୍ଚ୍ଚକରି ଏଠାକୁ ଆସିଥାନ୍ତି। ତେବେ ସବୁଥର ଭଳି ଏଥର ମଧ୍ୟ ସହର ଏବଂ ସହରବାହାରୁ ଅନେକ ଲୋକ ଏଠାକୁ ନୂଆ ବର୍ଷ ପାଳନ କରିବା ପାଇଁ ଆସିଥିବା ବେଳେ ଏପ୍ରକାର ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାଲାଇସ୍ କାଣ୍ଟନ୍ ପୁଲିସ୍ କମାଣ୍ଡର ଫ୍ରେଡେରିକ୍ ଜିସ୍‌ଲର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୪୦ଜଣଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ସେହିପରି ଶହେରୁ ଊର୍ଦ୍ଧ୍ୱ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେହିପରି ଦୁର୍ଘଟଣାସ୍ଥଳରୁ ମଧ୍ୟ ଆହୁରି କିଛି ମୃତଦେହ ଉଦ୍ଧାର କରାଯିବା ନେଇ ଆଶଙ୍କା କରାଯାଉଛି। ଏହାମଧ୍ୟରେ ପୀଡିତମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପରିବାରକୁ ଜଣାଇବା ପାଇଁ କାର୍ଯ୍ୟ ଚାଲିଛି ଯାହାକି ସମୟ ସାପେକ୍ଷ। ସେହିପରି ଭାଲାଇସ୍ କାଣ୍ଟନ୍ ଆଟର୍ଣ୍ଣି ଜେନେରାଲ୍ ବିଟ୍ରିସ୍ ପିଲୌଡ୍ କହିଛନ୍ତି ଯେ ଏହା ଏକ ଦୁର୍ଘଟଣା, କୌଣସି ପ୍ରକାରର ଆକ୍ରମଣର ପ୍ରଶ୍ନ ଉଠୁନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking