35.1 C
Bhubaneswar
Thursday, March 26, 2026
Homeଓଡିଶାଆସିଲା ନୂଆ ଅବକାରୀ ନୀତି

ଆସିଲା ନୂଆ ଅବକାରୀ ନୀତି

ଭୁବନେଶ୍ୱର: ଆସିଲା ନୂଆ ଅବକାରୀ ନୀତି । ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୭ ଠାରୁ ୩୧ ମାର୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି । ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ । ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର । ଅବକାରୀ ଶୁଳ୍କ ଉପରେ ୦.୫% ଡି- ଆଡିକ୍ସନ ସେସ ପରିବର୍ତ୍ତନ ହୋଇଛି । ନୂଆ ଅବକାରୀ ନୀତିରେ ମଦକୁ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି । ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦ ପ୍ରତିଶତ ବଢାଯିବ । ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦ ପ୍ରତିଶତ ଯାଏଁ ବୃଦ୍ଧି ପାଇବ । ଆଇଏମଏଫଏଲ ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି କରାଯାଇଛି । ରାଜ୍ୟରେ ନୂତନ ଓଏଫଏଫ, ସିଏଲ ଦୋକାନ ଖୋଲିବାକୁ ମିଳିବନି ଅନୁମତି । ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବନି । ଧାର୍ମିକ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ ବଡଦାଣ୍ଡ ପାଖରେ କୌଣସି ଅବକାରୀ ନ ଦୋକାନ ଚାଲୁ ରହିବ ନାହିଁ । ଏହା ସହିତ ଘରକୁ ମଦ ପହଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ । ସରକାର ENA ଗଢିବିଧ ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋଲକୁ ଟ୍ରାକ କରିବା ପାଇଁ Track & Trace ପ୍ରଣାଳୀ ପ୍ରଦର୍ଶନ କରିବାକୁ ସିଦ୍ଧାନ୍ତ ନେଇଛନ୍ତି ।ଓଏସ ଉତ୍ପାଦନ ୟୁନିଟଗୁଡିକୁ ଆଧୁନୀକିକରଣ, ଉନ୍ନତ ପ୍ୟାକେଜିଂ ର ନିର୍ଦ୍ଦେଶ ଦିଆଯାଇଛି । ଏଫଏସଏସଏଆଇ ସ୍ୱୀକୃତି ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ । ରାଜ୍ୟରେ ଓଏଫଏଫ, ସିଏଲ କିମ୍ବା ଓଏସ ଖୋଲିବାକୁ ଅନୁମତି ମିଳିବନି ।ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ଏବଂ ଏହାକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟଳୟ ସହ ସଂଯୋଜିତ କରାଯିବ।ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନକ ସମ୍ବଳ ମାଧ୍ୟମରେ ସୁଦୃଢ ଓ ଉନ୍ନତ କରାଯିବା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking