ପୁରୀ: ରଥ ଉପକରଣ ବିକ୍ରି ନିମନ୍ତେ ଜାରି ହେଲା ନୂଆ ଏସଓପି । ଧାଯ୍ୟ ହେଲା ନୂଆ ଦର । ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥର ଚକ ପିଛା ଦାମ ୩ ଲକ୍ଷ ଟଙ୍କା । ବଡ ଠାକୁରଙ୍କ ତାଳଧ୍ୱଜ ରଥର ଚକ ପିଛା ଦାମ ୨ ଲକ୍ଷ ଟଙ୍କା ରହିଥିବା ବେଳେ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥର ଚକ ପିଛା ଦାମ ରହିଛି ଦେଢ ଲକ୍ଷ ଟଙ୍କା । ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ ୧୫ ହଜାର ଟଙ୍କା ଧାଯ୍ୟ ହୋଇଛି । ସେହିଭଳି ପ୍ରଭା ପିଛା ଦାମ ରହିଛି ୨୫ ହଜାର ଟଙ୍କା । ପ୍ରତ୍ୟେକ ରଥର ଗୋଟିଏ ଲେଖାଏ ଚକ କିଣିଲେ ୬ ଲକ୍ଷ ଟଙ୍କା ଦେବାକୁ ପଡିବ । କୌଣସି ସାମଗ୍ରୀ କିଣିବାକୁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆବେଦନ କରିପାରିବେ । ଆବେଦନ ପାଇଁ ହଜାରେ ଟଙ୍କା ଦେବାକୁ ପଡିବ । ରଥ ଉପକରଣ କିଣିବା ନିମନ୍ତେ ଆଲର୍ଟ ହେବା ପରେ ଆବେଦନ କାରୀ ସପ୍ତାହେ ମଧ୍ୟରେ ଆସି ଜମା କରିବେ । ଧାଯ୍ୟ ସମୟରେ ଟଙ୍କା ଜମା କରିବାକୁ ବିଫଳ ହେଲେ ପରବର୍ତ୍ତୀ ଆବେଦନକାରୀକୁ ଆଲର୍ଟ କରାଯିବ ।








