ଭୁବନେଶ୍ୱର: ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିଲେ ରାଜ୍ୟ ସରକାର । ଏନେଇ ସୂଚନା ଦେଲେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ନୂଆ ନୀତି ଆଣିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ଅଂଶୀଦାର ରହିପାରିବେ । ଜମି ହରାଉଥିବା ଲୋକଙ୍କୁ ବିକଳ୍ପ ସୁଯୋଗ ଦିଆଯିବ । ଜମି ବଦଳରେ ଜମି ବି ସରକାର ଯୋଗାଇ ଦେବେ । କ୍ଷତିପୂରଣ ଜାଗାରେ ସେହି ପରିମାଣରେ ଅଂଶୀଦାର ରହିବେ । ଲୋକେ ଯେଉଁ ବିକଳ୍ପ ଦେବେ ସେହି ଅନୁସାରେ ହେବ । ସରକାର କାହା ଉପରେ କୌଣସି ନିଷ୍ପତ୍ତି ଲଦିବେ ନାହିଁ ।










