ଭୁବନେଶ୍ୱର: ରାଜ୍ୟ ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଉଛି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଛି । ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ନୂଆ ସରକାରୀ କୋଠା ନିର୍ମାଣ ନେଇ ଘୋଷଣା କରାଯାଇଛି ।ବାହାରୁ ଆସୁଥିବା ଅତିଥିଙ୍କ ପାଇଁ ନିର୍ମାଣ ହେବ ଜନ ଆଶ୍ରୟ ଭବନ । ନୂତନ ରାଜ୍ୟ ବଧାନସଭା ସୌଧ, ନୂତନ ସଚିବାଳୟ ଭବନ ହେବ । ବିଶ୍ୱବିମାନର ନୂଆ ସଂଗ୍ରହାଳୟ ଓ ଓଡିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ହେବ ।










