25.1 C
Bhubaneswar
Thursday, March 26, 2026
Homeଓଡିଶାଆସିଲା ନୂଆ ଅବକାରୀ ନୀତି; ଭାଙ୍ଗ, ତାଡ଼ି ଓ ପୋଚ ଉପରେ ଲାଗିବ କଟକଣା

ଆସିଲା ନୂଆ ଅବକାରୀ ନୀତି; ଭାଙ୍ଗ, ତାଡ଼ି ଓ ପୋଚ ଉପରେ ଲାଗିବ କଟକଣା

ଭୁବନେଶ୍ୱର: ଆଜି (ଶୁକ୍ରବାର) ନୂଆ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର । ଆସନ୍ତା ସେପ୍ଟେମ୍ବର ୧ରୁ ରାଜ୍ୟରେ ଏହି ନୂଆ ଆଇନ ଲାଗୁହେବ । ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ନୂଆ ଆଇନ ବଳରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର୍ ହୋଟେଲ୍‌କୁ ନୂଆ ବାର୍ ଲାଇସେନ୍ସ ମିଳିବ । ଏହା ବ୍ୟତୀତ ଭାଙ୍ଗ, ତାଡ଼ି, ପୋଚ ପାଇଁ ମଧ୍ୟ ନିୟମ ଲାଗୁ ହେବ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଚାଲିବ ନାହିଁ । ବାର୍ ଗୁଡ଼ିକରେ ଅନୁମତି ନେଇ କରିପାରିବେ ସଂଗୀତ ପରିବେଷଣ । କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି । ବିଚ୍‌ରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବା ଅନୁମତି ପର୍ଯ୍ୟଟନ ବିଭାଗର ।

ଗ୍ରାମାଞ୍ଚଳରେ କେବଳ ଥ୍ରୀ-ଷ୍ଟାର୍ ଓ ତଦୁର୍ଦ୍ଧ କାଟାଗୋରୀ ହୋଟେଲ ଛଡ଼ା କୌଣସି ନୂଆ ଅନ୍ ସପ୍ ଖୋଲିବନି । ସେହିପରି ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ୍ ସପ୍‌ର ପୁନଃ ନବୀକରଣ ହେବ ନାହିଁ । ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା ଏମ୍‌ଜିକ୍ୟୁ ଫ୍ୟାକ୍ଟରର ଏବର୍ଷ ବର୍ଦ୍ଧିତ ହେବନାହିଁ । ସେହିପରି ବାର୍‌ଗୁଡିକୁ କେବଳ ସଙ୍ଗୀତ ପରିବେଷଣ ଅନୁମତି ମିଳିବ । ବାର୍ ଗୁଡ଼ିକରେ ନୃତ୍ୟ ପରିବେଷଣ ଅନୁମତି ଦିଆଯିବ ନାହିଁ । ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନସଚେତନତା ପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯିବ । ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର ହେବ । ବିଚ୍‌ରେ ମଦ ଶ୍ୟାକ୍ସ ବା କ୍ୟାବିନ୍‌ ଖୋଲିବାର ଅନୁମତି ପର୍ଯ୍ୟଟନ ବିଭାଗ ଦେବ । ବିଚ୍ ଶ୍ୟାକ୍ସର ବାର୍ଷିକ ଲାଇସେନ୍ସ ଦର ହେବ ୫୦ ହଜାର ଟଙ୍କା ରହିବ । ଯାହା ଓଟିଡିସି ପାଖରେ ପୈଠ କରାଯିବ ।

ନିଶା ସେବନ ବିରୁଦ୍ଧ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି।  ସେହିପରି ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି ଦିଆଯିବ । କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବାକୁ ବ୍ୟବସ୍ଥା କରାଯିବର ବ୍ୟବସ୍ଥା ଏହି ନୂଆ ଅବକାରୀ ନୀତିରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking