19.1 C
Bhubaneswar
Monday, February 2, 2026
Homeଓଡିଶାନବ ହତ୍ୟା ମାମଲାର ଖୁବଶୀଘ୍ର ଖୁଲାସା: ମନ୍ତ୍ରୀ

ନବ ହତ୍ୟା ମାମଲାର ଖୁବଶୀଘ୍ର ଖୁଲାସା: ମନ୍ତ୍ରୀ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାର ଖୁବଶୀଘ୍ର ଖୁଲାସା ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ଦୀପାଳୀଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି । ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଆହୁରି କହିଛନ୍ତି, ମାମଲାର ସତ୍ୟତା, ଷଡଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୁଳ ତଦନ୍ତ ହେବ । ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ । ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର ହତ୍ୟାକାଣ୍ଡର ଖୁଲାସା ହୋଇ ନିର୍ଯାସ ବାହାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking