ନୂଆଦିଲ୍ଲୀ : ଇନକମ୍ ଟ୍ୟାକ୍ସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ବିଲ୍ ୨୦୨୫ ତମାମ ସଂଶୋଧନ ପରେ ଲୋକସଭାରେ ଆଗତ କରିବେ । ତେବେ ସିଲେକ୍ଟ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ୨୮୫ଟି ସଂଶୋଧନ ପରେ ଏହି ବିଲକୁ ସଂସଦରେ ଆଗତ କରାଯାଉଛି । ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଏହି ସଂଶୋଧନ ଗୁଡ଼ିକୁ ମଞ୍ଜୁରୀ ଦେଇଛି । ନୂଆ ଆୟକର ବିଲ୍ ସଂସଦରେ ପାସ୍ ହେଲେ, ଏହା ୬୩ ବର୍ଷ ତଳର ପୁରୁଣା ଆୟକର ନିୟମର ସ୍ଥାନ ନେବ ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁସାରେ , ନୂଆ ଆୟକର ବିଲରେ ଅନେକ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ବୈଷୟିକ ଉନ୍ନତି ଏବଂ କ୍ରସ୍ ରେଫରେନ୍ସିଂକୁ ସାମିଲ କରାଯାଇଛି । ୨୮୫ଟି ସଂଶୋଧନ ପାଇଁ ସୁପାରିଶ କରାଯାଇଥିଲା, ଆଉ ଏଥିରେ ୩୨ଟି ବଡ଼ ପରିବର୍ତ୍ତନ ମଧ୍ୟ କରାଯାଇଛି ।










