13.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶଆଗତ ହେଲା ନୂଆ ଆୟକର ବିଲ

ଆଗତ ହେଲା ନୂଆ ଆୟକର ବିଲ

ନୂଆଦିଲ୍ଲୀ : ସଂସଦରେ ଆଗତ ହେଲା ନୂଆ ଆୟକର ବିଲ । ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତ ଶୁକ୍ରବାର ପୁରୁଣା ଆୟକର ବିଲ ପ୍ରତ୍ୟାହାର କରିଥିଲେ ସରକାର । ସଂସଦୀୟ ସିଲେକ୍ଟ କମିଟିର ସବୁ ସୁପାରିସ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ନୂଆ ଆୟକର ବିଲ ପାଇଁ ୨୮୫ ପ୍ରସ୍ତାବ ସୁପାରିସ କରିଥିଲା ସିଲେକ୍ଟ କମିଟି । ଆୟକର ପୈଠ ବ୍ୟବସ୍ଥାକୁ ଅଧିକ ସରଳୀକରଣ ପାଇଁ ଆସିଛି ନୂଆ ବିଲ । ସରକାର ଗତ ସପ୍ତାହରେ ଫେବୃଆରୀ ୧୩ ତାରିଖରେ ଆଗତ ହୋଇଥିବା ଆୟକର ବିଲ୍, ୨୦୨୫କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଅଗଷ୍ଟ ୧୧ ତାରିଖରେ ଲୋକସଭାରେ ନୂତନ ଡ୍ରାଫ୍ଟ ଆଗତ କରାଯାଇଥିଲା, ଯେଉଁଥିରେ ସମସ୍ତ ପ୍ରସ୍ତାବିତ ପରିବର୍ତ୍ତନକୁ ଗୋଟିଏ ଡକ୍ୟୁମେଣ୍ଟରେ ସାମିଲ କରାଯାଇଥିଲା। ଆଶ୍ୱସ୍ତିର କଥା ହେଉଛି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଟିକସ ଛାଡ଼ ବଜାୟ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking