27.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଆଜିଠୁ ଲାଗୁହେଲା ନୂଆ ଜିଏସଟି ହାର

ଆଜିଠୁ ଲାଗୁହେଲା ନୂଆ ଜିଏସଟି ହାର

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମୋଦି ସରକାରଙ୍କ ଭେଟି । ଆଜିଠାରୁ ଲାଗୁ ହୋଇଛି ଜିଏସଟି । ଶସ୍ତା ହୋଇଛି ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ । ଆଶ୍ୱସ୍ତ ହୋଇଛନ୍ତି ମଧ୍ୟବିତ୍ତଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କ ଯାଏଁ ସମସ୍ତେ । ଆଜିଠୁ କେବଳ ତିନିଟି ସ୍ଲାବରେ ହିଁ ଜିଏସଟି ରହିବ । ୧୨%, ୨୮%ର ଜିଏସଟିର ସ୍ଲାବ ନାହିଁ । ୫%, ୧୮% ସ୍ଲାବରେ ନିତ୍ୟ ବ୍ୟବହାର୍ଯ୍ୟ  ସାମଗ୍ରୀକୁ ପଠାଯାଇଛି । ସୌଖିନ ସାମଗ୍ରୀ , ତମାଖୁ , ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦% ଟିକସ ରହିବ । ଜୀବନ ବୀମା ସ୍ୱାସ୍ଥ୍ୟ ବୀମା ଏସବୁକୁ ଜିଏସଟି ଛାଡ କରାଯାଇଛି । ଗତ ୩ ତାରିଖରେ ଜିଏସଟି ପରିଷଦରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି  ଆଜି ୨୨ ତାରିଖ ଆଜିଠାରୁ ହିଁ ଲାଗୁ ହୋଇଛି ।

ନୂଆ ଜିଏସଟିର ଯେଉଁ ହାର ରହିଛି  ସାଧାରଣ ଗ୍ରାହକଙ୍କୁ ଅଧିକ ଲାଭ ଦେବ । କାରଣ ଅନେକ ସାମଗ୍ରୀ ଶସ୍ତା ହୋଇଛି । ଚାଷୀଙ୍କ ଠାରୁ ଆରମ୍ଭ କରି ଘର ନିର୍ମାଣ କରୁଥିବା ଲୋକଙ୍କ ମୁହଁରେ ଖୁସି ଖେଳାଇଦେଇଛି ମୋଦୀଙ୍କ ନିଷ୍ପତ୍ତି । ଜିଏସଟି ସ୍ଲାବ ବଦଳିବା ପରେ ସବୁଠୁ ଆଶ୍ୱସ୍ଥ ହୋଇଛି ମଧ୍ୟବିତ୍ତ । ନୂଆ ଜିଏସଟି ହାର , ଇଲୋକ୍ଟ୍ରୋନିକ୍ସ , ଅଟୋମୋବାଇଲ ସେକ୍ଟରକୁ ବଡ ଉତ୍ସାହ ଦେଇଛି । ଆଜିଠୁ ଶସ୍ତା ହୋଇଛି ଟିଭି, ଏସି, ବାଇକ, ପେଟ୍ରୋଲ , ଏଲପିଜି, ସିଏନଜି କାର , ଅଟୋ ପାର୍ଟସ , ମନିଟର, ପ୍ରୋଜେକ୍ଟର   ା ଏହି ସାମଗ୍ରୀ ଉପରେ ପୂର୍ବରୁ ୨୮% ଜିଏସଟି ଲାଗୁଥିଲା । ଏବେ ୧୦%  କମି ୧୮% ଜିଏସଟି ଲାଗୁ ହେବ ।  ସେହିଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ବଡ ହ୍ରାସ ପାଇଛି ଟିକସରେ । ସାମ୍ପୁ , ଟୁଥ ବ୍ରଶ, ଟୁଥ ପେଷ୍ଟ, ସାଇକେଲ , ରୋଷେଇ ସାମଗ୍ରୀ, ନମକିନ , ଚକଲେଟ, ନୁଡୁଲ୍ସ , ଘିଅ ଲହୁଣୀ  ଥର୍ମୋମିଟର , ମେଡିକାଲରେ ବ୍ୟବହାର କରାଯାଉଥିବା ଅକ୍ସିଜେନ । ଜୀବନ ରକ୍ଷାକାରୀ ଔଷଧ , ବିଭିନ୍ନ କୃଷି ଯନ୍ତ୍ରପାତି ବି  ଶସ୍ତା ହୋଇଛି । ଏସବୁ ଆଜିଠାରୁ ୫ ପ୍ରତିଶତ ଜିଏସଟି ସ୍ଲାବଠାରେ ଅନ୍ତରର୍ଭୁକ୍ତ ରହିବେ ଅର୍ଥାତ ୟା ପରେ ୫ ପ୍ରତିଶତର ହିଁ ଜିଏସଟି ଲାଗିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking