33.1 C
Bhubaneswar
Monday, September 30, 2024
Homeଓଡିଶାଦାୟିତ୍ୱ ନେଲେ ନୂଆ ସିପି

ଦାୟିତ୍ୱ ନେଲେ ନୂଆ ସିପି

ଭୁବନେଶ୍ୱର : ଟ୍ୱିନ ସିଟିର ନୂଆ ପୁଲିସ କମିଶନରଭାବେ ସୁରେଶ ଦେବଦତ୍ତ ସିଂହ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଶ୍ରୀ ସିଂହ  ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ହେଉଛନ୍ତି  ସୁରେଶ ଦେବଦତ୍ତ ସିଂହ । ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇଥିଲା । ଯେଉଁଥିରେ କଟକ-ଭୁବନେଶ୍ୱରର କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କ ବଦଳି କରାଯାଇଥିଲା । ତାଙ୍କ ବଦଳରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରବିବାର ବଦଳି ହେବା ପରେ ସୋମବାର ଦିନ ଅପରାହ୍ନ ସମୟରେ ଟ୍ୱିନ୍‌ ସିଟିର ନୂତନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହ । ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା । ଏହାପରେ ତାଙ୍କୁ କାର୍ୟ୍ୟାଳୟକୁ ନିଆଯାଇଥିଲା । ସେଠାରେ ଆଇପିଏସ୍‌ ସଞ୍ଜୀବ ପଣ୍ଡା ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking