ଭୁବନେଶ୍ୱର: ଦିଲ୍ଲୀରୁ ଫେରି ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । କେନ୍ଦ୍ର ଗୃହ , ସମବାୟ ମନ୍ତ୍ରୀ ଶାହଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି । କହିଛନ୍ତି, ରାଜ୍ୟର ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି । ସବୁ ସମବାୟ ସମିତିରେ ହେବ ମଲ୍ଟିପୁଲ ବ୍ୟବସାୟ । ସମିତିରେ ଏଲପିଜି ଗ୍ୟାସ ବିତରଣ ଓ ଔଷଧ ଦୋକାନ ରହିବ । ପେଟ୍ରୋଲ ପମ୍ପ. ଜନ ସେବା କେନ୍ଦ୍ର , ଡାଇରୀ ଫାର୍ମ, ଦୁଗ୍ଧ ବିତରଣ ବ୍ୟବସ୍ଥା କରାଯିବ । ଲୋକଙ୍କ ଘର ପାଖରେ ସୁବିଧା ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ । ଲାଭ ପାଇଁ ନୁହେଁ, ସେବା ପାଇଁ କାମ କରିବ ସମବାୟ ସମିତି । ଏଥିସହ ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ବ୍ୟାଙ୍କ ।