19.1 C
Bhubaneswar
Tuesday, December 30, 2025
Homeଓଡିଶାକାର୍ଯ୍ୟକାରୀ ହୋଇପାରୁନି ନୂଆ ବସ୍‌ଷ୍ଟାଣ୍ଡ; ଦୋକାନ ଉଚ୍ଛେଦ ଯୋଗୁଁ ଜୀବିକା ହରାଇଛନ୍ତି ୨୧ ପରିବାର

କାର୍ଯ୍ୟକାରୀ ହୋଇପାରୁନି ନୂଆ ବସ୍‌ଷ୍ଟାଣ୍ଡ; ଦୋକାନ ଉଚ୍ଛେଦ ଯୋଗୁଁ ଜୀବିକା ହରାଇଛନ୍ତି ୨୧ ପରିବାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଅବଧି ସରିଥିଲେ ମଧ୍ୟ ଭୂମିରେ ଆଣ୍ଠେଇଛି ନୂତନ ନିର୍ମାଣ କାର୍ଯ୍ୟ। ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ଜନୈକ ନିର୍ମାଣକାରୀ ସଂସ୍ଥାକୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟ ସମାପ୍ତିର ତାରିଖ ଡିସେମ୍ବର ୩୧ ତାରିଖ ୨୦୨୩ ଯାଏଁ ଧାର୍ଯ୍ୟ ଥିଲା। କିନ୍ତୁ ଅବଧି ପୂରିବାକୁ ୧ ବର୍ଷ ସରିବାକୁ ବସିଲାଣି। କିନ୍ତୁ ନିର୍ମାଣ କାର୍ଯ୍ୟ ଏ ଯାଏଁ ଶେଷ ହୋଇପାରୁନାହିଁ। କେବଳ ଗୃହର ଛାତ ପକାଇ ଠିକାଦାର ଧଳା ଚୂନ ବୋଳି ବାହାରକୁ ନବୀକରଣ କାର୍ଯ୍ୟ ଶେଷ ହେଲାପରି ଦେଖାଇ ଦେଇଛନ୍ତି। କିନ୍ତୁ ବାସ୍ତବରେ ଏହି ଘରର କାର୍ଯ୍ୟ ଯଥା ତଳ ମେଜିଆ, ବାରଣ୍ଡା ମେଜିଆ, ଭିତର ପ୍ଲାଷ୍ଟର ଓ ଟାଇଲ କାମ ଏବଂ ଇଲେକ୍ଟ୍ରି କାମ ଆଦି ଅନେକ କାର୍ଯ୍ୟ ବାକି ରହିଛି। ଫଳରେ ବସ୍‌ଷ୍ଟାଣ୍ଡ ଭିତରକୁ ବସ୍ ଗୁଡିକ ପ୍ରାୟ ୧ବର୍ଷ ହେଲା ଆସିନପାରିବାରୁ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଗୋବରୀ ନଦୀବନ୍ଧ ଏବଂ ରାସ୍ତା ଉପରେ ଛିଡା ହୋଇରହୁଛନ୍ତି। କେନ୍ଦ୍ରାପଡା ରାସ୍ତା ଓ କୋଠାବାଡି ବିଭାଜନ-୧ ଅଧିନରେ ପୌର ପରିଷଦ ଦ୍ୱାରା ନିର୍ମାଣ ହେଉଥିବା ଏହି କାର୍ଯ୍ୟ ଅଧାରେ ଅଟକିଛି। ରାଜ୍ୟ ପୌର ନିଗମ ଅଧିନରେ ଏହି ନୂତନ ବସ୍‌ଷ୍ଟାଣ୍ଡ ନୂତନ ପ୍ରକଳ୍ପ ନିମନ୍ତେ ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ୨୦୨୩ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ରହିଥିଲା। ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି। ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଏ ଯାଏ ବିଭାଗ ନିଗମ ବୋର୍ଡକୁ ହସ୍ତାନ୍ତର କରିନାହିଁ। ଫଳରେ ୧.୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବସ୍‌ଗୁଡିକ ଆସିପାରୁନଥିବାରୁ ଯାତ୍ରୀ ଅସୁବିଧା ଭୋଗୁଛନ୍ତି। କେନ୍ଦ୍ରାପଡ଼ା ନୂଆ ବସ୍‌ଷ୍ଟାଣ୍ଡ ସହରର ଅନ୍ୟତମ ପ୍ରମୁଖ ଜନ ଗହଳିପୂର୍ଣ୍ଣ ଅଞ୍ଚଳ। ପ୍ରାୟ ୧.୫ ଏକରବ୍ୟାପୀ ଜମି ଏହାର ପରିଧି। ଦୈନିକ ବସ୍‌ରେ ବିଭିନ୍ନ କାମରେ ଜିଲ୍ଲା କାହାର ତଥା ଅନ୍ୟସ୍ଥାନକୁ ଯିବା ଲାଗି ଏହି ବସ୍‌ଷ୍ଟାଣ୍ଡ ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି। କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ନବୀକରଣ ନିମନ୍ତେ ରାଜ୍ୟ ପରିବହନ ନିଗମ ପକ୍ଷରୁ ୬ କୋଟି ଟଙ୍କା ଅନୁଦାନ ମିଳିଛି। ଏହି ଅର୍ଥରେ ନୂଆ ବସ୍‌ଷ୍ଟାଣ୍ଡର ବିକାଶ କରାଯିବା ସହିତ ଯାତ୍ରୀମାନଙ୍କ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ବସ୍‌ଷ୍ଟାଣ୍ଡ ପରିସରରେ ଥିବା ୨୧ଟି ଦୋକାନ ଗୃହକୁ ବିକାଶ ନାମରେ ଭାଙ୍ଗି ଦେଇଥିବାରୁ କେତେକ ବ୍ୟବସାୟୀ ଜୀବିକା ହରାଇ ବସିଛନ୍ତି। ନବୀକରଣ ନାମରେ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କର ମୌଳିକ ସୁବିଧାରୁ ବଞ୍ôଚତ କରୁଛନ୍ତି। ଓଏସ୍‌ଆଟିସି ପକ୍ଷରୁ ତିଆରି କରାଯାଇଥିବା ଯାତ୍ରୀ ପ୍ରତିକ୍ଷାଳୟ କାର୍ଯ୍ୟାଳୟ ଭୂତକୋଠି ପାଲଟିଯାଇଛି। ସାରା ବସଷ୍ଟାଣ୍ଡ ଅଞ୍ଚଳ ମୁକ୍ତାକାଶ ପରିଶ୍ରାଗାର, ଶୌଚାଳୟ ପାଲଟିଯାଇଛି। ତୁରନ୍ତ ଏହି ନୂତନ ବସ୍‌ଷ୍ଟାଣ୍ଡ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସାଧାରଣରେ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking