21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଜବାବ ଦେଲେ ନେତନ୍ୟାହୁ

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଜବାବ ଦେଲେ ନେତନ୍ୟାହୁ

ତେଲ ଅଭିଭ୍‌ : ମିଡିଲ ଇଷ୍ଟରେ ଅନେକ ଦେଶ ଓ ଇସ୍ରାଏଲ ମଧ୍ୟରେ ଟେନସନ ଜାରି ରହିଛି। ଗତ ଦିନରେ ଇରାନର ମିସାଇଲ ମାଡ଼ ପରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚି ଯାଇଛି। ଏହି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଉପରେ ରାଗି ଯାଇଛନ୍ତି। କହିଛନ୍ତି, ଯିଏ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଦେବା ଉପରେ ବ୍ୟାନ୍‌ ଲଗେଇବା କଥା କହୁଛନ୍ତି, ତାଙ୍କୁ ଲଜ୍ଜା ଆସିବା ଉଚିତ୍। ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି କି, ସବୁ ସଭ୍ୟ ଦେଶଙ୍କୁ ଇସ୍ରାଏଲ ସହ ଦୃଢ ଭାବେ ଠିଆ ହେବା ଉଚିତ୍‌ , କାରଣ ସେ ଇରାନ ନେତୃତ୍ୱର ବର୍ବରତାର ଶକ୍ତି ସହ ଲଢୁଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ ଦ୍ୱାରା ଇସ୍ରାଏଲ ବିରୋଧରେ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବା ଆହ୍ୱାନକୁ ଲଜ୍ଜାଜନକ କହିଛନ୍ତି। ଶନିବାର ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏହାକୁ ଲଜ୍ଜାଜନକ ଦର୍ଶାଇ ଆତଙ୍କୀ ଗୋଷ୍ଠୀ ଏକା ସାଥିରେ ଠିଆ ହୋଇଛନ୍ତି , କିନ୍ତୁ ଯେଉଁ ଦେଶ କଥିତ ଭାବେ ଏହି ଆତଙ୍କୀ ଗୋଷ୍ଠୀର ବିରୋଧ କରିଥାନ୍ତି , ସେମାନେ ଇସ୍ରାଏଲ ଉପରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗେଇବାକୁ ଆହ୍ୱାନ କରୁଛନ୍ତି।

ସେ କହିଛନ୍ତି, ଯେବେ ଇସ୍ରାଏଲ ଇରାନ ନେତୃତ୍ୱର ବର୍ବରତା ପୂର୍ଣ୍ଣ ଶକ୍ତି ସହ ଲଢୁଛି, ସେତେବେଳେ ସବୁ ଦେଶ ଇସ୍ରାଏଲ ସହ ଦୃଢ ଭାବେ ଠିଆ ହେବା ଉଚିତ। ତଥାପି ରାଷ୍ଟ୍ରପତି ମାକ୍ରୋନ୍‌ ଓ ଆଉ କିଛି ପଶ୍ଚିମ ନେତା ଏବେ ଇସ୍ରାଏଲ ବିରୋଧରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। ତାଙ୍କୁ ଲଜ୍ଜା ଆସିବା ଦରକାର। ଇରାନ କଣ ହିଜବୁଲ୍ଲାହ , ହୁତି , ହମାସ ଓ ତାର ଅନ୍ୟ ସହଯୋଗୀଙ୍କ ଉପରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗାଉଛନ୍ତି ? କେବେ ନୁହେଁ । ଆତଙ୍କୀ ଗୋଷ୍ଠୀ ଏକା ସାଥିରେ ଠିଆ ହୋଇଛନ୍ତି , କିନ୍ତୁ ଯେଉଁ ଦେଶ କଥିତ ଭାବେ ଏହି ଆତଙ୍କୀ ଗୋଷ୍ଠୀର ବିରୋଧ କରନ୍ତି , ସେମାନେ ଇସ୍ରାଏଲ ଉପରେ ଅସ୍ତ୍ରଶସ୍ତ୍ରର ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। ଏହା ସତରେ କେତେ ଲଜ୍ଜାଜନକ। ଇସ୍ରାଏଲର ପିଏମ୍‌ ନେତନ୍ୟାହୁ ନିଜର ମେସେଜ୍‌ରେ କହିଛନ୍ତି କି, ଇସ୍ରାଏଲ ସଭ୍ୟତାର ଶତ୍ରୁଙ୍କ ବିରୋଧରେ ୭ଟି ମୋର୍ଚ୍ଚାକୁ ନେଇ ନିଜକୁ ସୁରକ୍ଷା ଦେଉଛି। ମୋ ପାଖରେ ରାଷ୍ଟ୍ରପତି ମାକ୍ରୋନଙ୍କ ପାଇଁ ଏକ ବାର୍ତ୍ତା ରହିଛି। ଆମେ ଗାଜାରେ ହମାସ ବିରୋଧରେ ଲଢୁଛୁ। ସେହି ବର୍ବର ଲୋକଙ୍କ ବିରୋଧରେ ସେ ୭ ଅକ୍ଟୋବରରେ ଆମର ଲୋକଙ୍କୁ ହତ୍ୟା କଲେ , ଦୁଷ୍କର୍ମ କଲେ , ତାଙ୍କର ମୁଣ୍ଡ କାଟିଲେ ଏବଂ ତାଙ୍କୁ ଜଳାଇ ଦେଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking