34.1 C
Bhubaneswar
Tuesday, October 1, 2024
Homeଦେଶ ବିଦେଶନେତାନ୍ୟାହୁ ବିଶ୍ୱର ଜଣେ ବଡ଼ ଆତଙ୍କବାଦୀ

ନେତାନ୍ୟାହୁ ବିଶ୍ୱର ଜଣେ ବଡ଼ ଆତଙ୍କବାଦୀ

ଶ୍ରୀନଗର: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିଶ୍ୱର ଜଣେ ବଡ଼ ଆତଙ୍କବାଦୀ ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତୀ । ନିକଟରେ ଇସ୍ରାଏଲ ସେନାର ଆକ୍ରମଣରେ ହିଜବୁଲ୍ଲାର ଶୀର୍ଷ ନେତା ହସନ୍ ନସରଲ୍ଲା ମୃତ୍ୟୁବରଣ କରିବା ଘଟଣା ସାମ୍ନାକୁ ଆସିବା ପରେ ମୁଫ୍‌ତୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ପିଟିଆଇକୁ ସାକ୍ଷାତକାର ଦେବା ପରିପ୍ରେକ୍ଷୀରେ ମୁଫ୍‌ତୀ କହିଛନ୍ତି ନେତାନ୍ୟାହୁ ଲେବାନନ ଓ ପାଲେଷ୍ଟାଇନ୍‌କୁ ଏବେ ଏକ ଗ୍ୟାସ ଚ୍ୟାମ୍ବରରେ ପରିଣତ କରିଛନ୍ତି, ଯୁଦ୍ଧ ଆଳରେ ହଜାର ହଜାର ଲୋକଙ୍କୁ ହତ୍ୟା କରୁଛନ୍ତି । ସେ ଏହି ଅବସରରେ ନେତାନ୍ୟାହୁଙ୍କୁ ଜର୍ମାନର ଏକଛାତ୍ରବାଦୀ ଶାସକ ଆଡଲୋଫ ହିଟଲରଙ୍କ ସହ ତୁଳନା କରିଛନ୍ତି । ହିଟଲର ଇହୁଦୀମାନଙ୍କୁ ହତ୍ୟା କରିବା ପାଇଁ ଗ୍ୟାସ ଚ୍ୟାମ୍ବର ତିଆରି କରିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଧ୍ୟ ସମାନ କାର୍ଯ୍ୟ ଲେବାନନ ଓ ପାଲେଷ୍ଟାଇନରେ କରିଛନ୍ତି । କେବଳ ସେତିକି ନୁହେଁ ଇସ୍ରାଏଲ ସହ ଭାରତର ଥିବା ସମ୍ପର୍କକୁ ମଧ୍ୟ ସେ ବିରୋଧ କରିଛନ୍ତି । ମୁଫତିଙ୍କ କହିବା କଥା ଯେ ମହାତ୍ମା ଗାନ୍ଧୀଙ୍କ ସମୟରୁ ଭାରତ ସବୁବେଳେ ପାଲେଷ୍ଟାଇନ ସମର୍ଥନରେ ରହିଥିଲା । କିନ୍ତୁ ମୋଦୀ ସରକାର ଏବେ “ପାଲେଷ୍ଟାଇନ”କୁ ଛାଡି ଇସ୍ରାଏଲ୍ ସହ ସମ୍ପର୍କକୁ ପ୍ରାଥମିକତା ଦେଉଛନ୍ତି, ଏହା ଆଦୌ ଠିକ୍ ନୁହେଁ । ଉକ୍ତ ଦେଶକୁ ଅସ୍ତ୍ରଶସ୍ତ୍ର ଦେବା କିମ୍ବା ସେଠାରୁ ଅସ୍ତ୍ରଶସ୍ତ୍ର ଆଣିବା, ସେମାନଙ୍କୁ ଡ୍ରୋନ ଦେବା ଓ ଏହାକୁ ସେମାନେ ପାଲେଷ୍ଟାଇନ ବିରୋଧରେ ବ୍ୟବହାର କରିବା ସଂପୂର୍ଣ୍ଣ ଭୁଲ୍ ।” ପ୍ରକାଶ, ନସରଲ୍ଲା ମୃତ୍ୟୁ ଘଟଣାର ପ୍ରତିବାଦରେ ଜମ୍ମୁ କାଶ୍ମୀର ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏବେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । ଶିୟା ସମ୍ପ୍ରଦାୟର ପ୍ରାୟ ୧୦ହଜାର ଲୋକ ଏକଜୁଟ୍ ହୋଇ ରାତି ତମାମ ନାରାବାଜି କରିଛନ୍ତି । ୩ଦିନ ଯାଏ ସେମାନେ ଶୋକ ପାଳନ କରୁଥିବା ସମ୍ପର୍କରେ ମଧ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking