28.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଦା କଲେ ନେତାନ୍ୟାହୁ

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଦା କଲେ ନେତାନ୍ୟାହୁ

ତେଲଅଭିଭ୍‌: ଇରାନ ଓ ଏହାର ସମର୍ôଥତ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ଯୁଦ୍ଧ ଲଢ଼ୁଥିବା ଇସ୍ରାଏଲ ପ୍ରତି ବିଶ୍ୱାସଘାତକତା କରିଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ। ଏହି ବିଶ୍ୱାସଘାତକତା ପାଇଁ ଗାଲାଣ୍ଟଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ବୁଧବାର ଇସ୍ରାଏଲ ଟାଇମ୍ସରେ ଏପ୍ରକାର ଏକ ରିପୋର୍ଟ ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ ଗାଲାଣ୍ଟଙ୍କ ବହିଷ୍କାର ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି।
ନିର୍ଦ୍ଦେଶ ଅନୁଯାୟୀ ଗାଲାଣ୍ଟଙ୍କ କାର୍ଯ୍ୟକାଳ ୪୮ ଘଣ୍ଟା ମଧ୍ୟରେ ଶେଷ ହେବ। ତେବେ ନେତାନ୍ୟାହୁ, ଗାଲାଣ୍ଟଙ୍କ ବହିଷ୍କାର ନିର୍ଦ୍ଦେଶ ଜାରି କରିବା ସହ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଗାଲାଣ୍ଟ କରିଥିବା କାର୍ଯ୍ୟ ପାଇଁ ତୀବ୍ର ଭର୍ତ୍ସନା କରିଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଗାଲାଣ୍ଟ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାହା ଇସ୍ରାଏଲ ଅପେକ୍ଷା ଇସ୍ରାଏଲର ଶତ୍ରୁ ରାଷ୍ଟ୍ରଙ୍କ ପାଇଁ ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଛି। ନେତାନ୍ୟାହୁ କହିଛନ୍ତି ଯେ ହମାସ ଆତଙ୍କବାଦୀ ସଂଗଠନ ସହିତ ଯୁଦ୍ଧ ଆରମ୍ଭର ପ୍ରଥମ କିଛି ମାସ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ତାଙ୍କର ଉତ୍ତମ ସମନ୍ୱୟ ରହିଥିଲା। ମାତ୍ର ଏହି ସମନ୍ୱୟ ଧୀରେ ଧୀରେ ହ୍ରାସ ପାଇବାକୁ ଲାଗିଲା। ନିକଟ ଅତୀତରେ ଏହି ସମନ୍ୱୟରେ ବ୍ୟାପକ ଅଭାବ ଦେଖାଯାଇଥିଲା। ସମନ୍ୱୟର ଅଭାବକୁ ଦୂର କରିବା ଲାଗି ସେ ଅନେକ ଚେଷ୍ଟା କରିଥିଲେ। ମାତ୍ର ଏହି ସମନ୍ୱୟର ଅଭାବ ଦୂର ହେବା ପରେ ଅଧିକରୁ ଅଧିକ ହେବାରେ ଲାଗିଲା। ତେଣୁ ଶେଷରେ ଗାଲାଣ୍ଟଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇସ୍ରାଏଲର ସୁରକ୍ଷା ତାଙ୍କ ଜୀବନର ସବୁଠାରୁ ବଡ ଲକ୍ଷ୍ୟ ହୋଇ ରହିଥିଲା, ରହିଛି ଏବଂ ସେ ପ୍ରଧାନମନ୍ତ୍ରୀ ଥିବା ଯାଏ ଏହି ଲକ୍ଷ୍ୟ ରହିବ ବୋଲି ନେତାନ୍ୟାହୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking