27.1 C
Bhubaneswar
Tuesday, January 14, 2025
Homeନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ -2025ଆଜି ବି ମନେ ପଡନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଆଜି ବି ମନେ ପଡନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ନୂଆଦିଲ୍ଲୀ : ଆଜି ବି ମନେ ପଡନ୍ତି ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ତାଙ୍କର ଅବଦାନ ଭାରତବର୍ଷ ପାଇଁ ଅତୁଳନୀୟ ।  ସେ ଥିଲେ ସାହସୀ  , ଭୀରୁ । ବ୍ରିଟିଶ କାଳରେ ସେ ସେମାନଙ୍କୁ ଠିକ ଜବାବ ଦେଉଥିଲେ । ଏଥିପାଇଁ ସେ କେବେ ପଛଘୁଞ୍ଚା ଦେଉ ନଥିଲେ ।  ଇଟାର ଜବାବ ପଥରରେ ଦେଲା ପରି ସେ ବ୍ରିଟିଶ ମାନଙ୍କୁ କଥା କହି ଲୋକମାନଙ୍କ ଜୀବନ ବଞ୍ଚାଉଥିଲେ । କଟକରେ ଜନ୍ମିତ ଏହି ଯୋଧ୍ୟା ଓଡିଶା ମାଟିର ଅଗ୍ରଗଣ୍ୟ । ସେ ଜାନକୀ ଏବଂ ପ୍ରଭାତୀଙ୍କ  ପୁତ୍ର ଥିଲେ ବି ସେ  ବିଶ୍ୱର ନେତାଜୀ । ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ  ନେତାଜୀ ସୁବାଷ ଚନ୍ଦ୍ର ବୋଷ । ତାଙ୍କ ୧୪ ଜଣ ଭାଇ ଭଉଣୀ ଥିଲେ । ତନ୍ମ ମଧ୍ୟରୁ ନେତାଜୀ ୯ମ ସ୍ଥାନର ସନ୍ତାନ ଥିଲେ । ୧୯୦୯ ରେ ନେତାଜୀ ରେଭେନ୍ସା କଲିଜିଏଟ  ସ୍କୁଲକୁ ସ୍ଥାନାନ୍ତରଣ ପରେ  ୧୯୧୩ରେ ସେ ମାଟ୍ରିକ  ପରୀକ୍ଷାର ଦ୍ୱିତୀୟ ସ୍ଥାନ ରଖିଥିଲେ ।  ମାଧ୍ୟମିକ ଶିକ୍ଷା  ସମାପ୍ତ  ପରେ କଲିକତା ପ୍ରେସିଡେନ୍ସି  କଲେଜର ଦର୍ଶନ ଶାସ୍ତ୍ର  ଏବଂ ସ୍କଟିସ  ଚର୍ଚ୍ଚ କଲେଜରେ ପାଠ ପଢିଥିଲେ । କଲେଜରେ ପଢୁଥିବା ସମୟରେ  ଅଧ୍ୟାପକଙ୍କ  ଭାରତ ବିରୋଧୀ ମନ୍ତବ୍ୟ ତାଙ୍କୁ  ଦେଶପ୍ରେମର ମୁଳଦୂଆ ପକାଇବାକୁ  ବାଧ୍ୟ କରିଥିଲା ।  ଭାରତ ମନ୍ତବ୍ୟ ବିରୋଧରେ କ୍ଷୁବ୍ଧ ହୋଇ ଅଧ୍ୟାପକଙ୍କୁ ଦୁବ୍ୱ୍ୟବହାର କରିବାକୁ ପଛାଇ ନଥିଲେ ।  ଏଥିପାଇଁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ବହିଷ୍କୃତ କରାଯାଇଥିଲା । ତାପରେ ଉଚ୍ଚଶିକ୍ଷା ପାଇଁ ନେତାଜୀ ବିଲାତ ଗଲେ । ୧୯୨୦ ମସିହାରେ  ଆଇସିଏସ ପରୀକ୍ଷାରେ  ଉତ୍ତୀର୍ଣ ହୋଇ  ତାଲିମ ନେଉଥିବା ବେଳେ ଭାରତରେ ଘଟିଥିଲା ଜାଲିୱାନା ୱାଲାବାଗ ହତ୍ୟାକାଣ୍ଡ ।  ନେତାଜୀ ଏହା ଶୁଣି ଅଧାରୁ ତାଲିମ ଛାଡି  ସେ ଫେରି ଆସିଥିଲେ ଭାରତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking