24.1 C
Bhubaneswar
Wednesday, February 4, 2026
Homeଓଡିଶାଏଆଇଡିଏସଓ ଏବଂ ଏଆଇଏମଏସଏସ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ଏଆଇଡିଏସଓ ଏବଂ ଏଆଇଏମଏସଏସ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ଭୁବନେଶ୍ଵର: ଏଆଇଡିଏସଓ ଏବଂ ଏଆଇଏମଏସଏସ ଭୁବନେଶ୍ଵର କମିଟି ଉଦ୍ୟୋଗରେ ଆପୋଷହୀନ ଧାରାର ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଗଭୀର ଶ୍ରଦ୍ଧା ଓ ଆବେଗର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ରସୁଲଗଡ଼ ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଏସୟୁସିଆଇ (ସି) ଭୁବନେଶ୍ଵର କମିଟି ସଂପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ଏକାମ୍ର ଆଞ୍ଚଳିକ କମିଟି ସଂପାଦକ ସନ୍ତୋଷ ରଥ, ଏଆଇଏମଏସଏସ ଭୁବନେଶ୍ଵର କମିଟି ସଭାପତି ବିଜୟଲକ୍ଷ୍ମୀ ପାତ୍ର, ନିୟତି ଜାନା, ଏଆଇଡିଏସଓ ଭୁବନେଶ୍ଵର କମିଟି ସଭାପତି ନସିମ ସରକାର, ଉପସଭାପତି ଶପ୍ତର୍ଷିନୀ ରାଉଳ, ସୁନିତା ପାଣିଗ୍ରାହୀ, ରୂପାଲି ଦିଗଲ, ପ୍ରତିଜ୍ଞା ନାଏକ ପ୍ରମୁଖ ମାଲ୍ୟଦାନ କରି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହା ସହିତ ସଂଗଠନ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାହି ବସ୍ତିରେ ସପ୍ତାହବ୍ୟାପୀ ନେତାଜୀ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହି ଅବସରରେ ନେତାଜୀଙ୍କ ଜୀବନ ସଂଗ୍ରାମକୁ ପାଠ୍ୟକ୍ରମରେ ଉପଯୁକ୍ତ ଭାବେ ସ୍ଥାନିତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking