26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶନିଟ୍-ୟୁଜି ରେଜଲ୍ଟ : ୬୧ ବଦଳରେ ୧୭ ଜଣ ଟପ୍ପର

ନିଟ୍-ୟୁଜି ରେଜଲ୍ଟ : ୬୧ ବଦଳରେ ୧୭ ଜଣ ଟପ୍ପର

ନୂଆଦିଲ୍ଲୀ : ନିଟ୍-ୟୁଜି-୨୦୨୪ର ରେଜଲ୍ଟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ନିଟ୍-ୟୁଜି ପରୀକ୍ଷାର ସଂଶୋଧିତ ଫଳ ପ୍ରକାଶ ପାଇଛି। ନୂଆ ତାଲିକାରେ ଏବେ ୧୭ ଜଣ ଟପର୍ ଥିବା ବେଳେ ଏହା ପୂର୍ବରୁ ୬୧ ଜଣ ଟପ୍ପର ଥିଲେ। ଏହି ୧୭ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ (୭୨୦ ରୁ ୭୨୦) ନମ୍ବର ରଖିଛନ୍ତି। ଏହା ସହିତ ଦୁଇରୁ ଅଢ଼େଇ ହଜାର ରାଙ୍କରେ ଅଦଳବଦଳ ହୋଇଛି। ଏହି ପରୀକ୍ଷାରେ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, କୋର୍ଟଙ୍କ ଏହି ରାୟ ଦ୍ୱାରା ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ଦିଲ୍ଲୀର ବାସିନ୍ଦା ମୃଦୁଲ ମାନ୍ୟତା ଆନନ୍ଦ ପ୍ରଥମ ସ୍ଥାନରେ ରହିଛନ୍ତି। ଦିଲ୍ଲୀରୁ ୨, ଉତ୍ତରପ୍ରଦେଶରୁ ୨, ବିହାରର ୧, ପଞ୍ଜାବର ୧, ପଶ୍ଚିମବଙ୍ଗର ୧, ମହାରାଷ୍ଟ୍ରର ୩, ତାମିଲନାଡୁରୁ ୧, କେରଳର ୧ ଏବଂ ଚଣ୍ଡିଗଡ଼ର ଜଣେ ଟପ୍ପର ରହିଛନ୍ତି। ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପରେ ସର୍ବନିମ୍ନ ଯୋଗ୍ୟତା କଟ୍ ଅଫ୍ ମଧ୍ୟ ହ୍ରାସ ପାଇଛି। ପୂର୍ବରୁ ଅଣ ସଂରକ୍ଷିତ ବର୍ଗ ପାଇଁ ଏହା ୧୬୪ ଥିଲା। ଏବେ ୨ ପଏଣ୍ଟ ୧୬୨କୁ ଖସି ଆସିଛି। ଓବିସିଙ୍କ ପାଇଁ ଏହା ୧୬୩ ଥିବା ବେଳେ ଏବେ ତାହା ୧୬୧ରେ ପହଞ୍ଚିଛି। ଏସସି ଓ ଏସଟି ବର୍ଗ ପାଇଁ ଏହା ୧୨୯ରୁ ୧୨୭କୁ ଖସି ଆସିଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଏନଟିଏ ୱେବସାଇଟ exams.nta.ac.in/NEETକୁ ଯାଇ ମେରିଟ୍ ଲିଷ୍ଟ ଓ ଟପ୍ପରଙ୍କ ତାଲିକା ଦେଖିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking