22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶନିଟ ପେପର ଲିକ ମାମଲା ; ଆଉ ଜଣଙ୍କୁ ଗିରଫ କଲା ସିବିଆଇ

ନିଟ ପେପର ଲିକ ମାମଲା ; ଆଉ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ : ନିଟ ପେପର ଲିକ ମାମଲାରେ ସିବିଆଇ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ।  ନିଟ ପେପର ଲିକ ମାମଲାରେ ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦ ସମେତ ୭ଟି ସ୍ଥାନରେ ଆଜି ସକାଳୁ ସିବିଆଇର ଟିମ୍‌ ଚଢ଼ାଉ କରଛି। ସେପଟେ ହଜରିବାଗ ଅଞ୍ଚଳରୁ ଆଉ ଜଣେ ସାମ୍ବାଦିକକୁ ସିବିଆଇ ଗିରଫ କରିଛି। ଗିରଫ ସାମ୍ବାଦିକ ଜଣକ ହେଲେ ଜମାଲୁଦ୍ଦିନ୍‌। ଏହି ସାମ୍ବାଦିକଙ୍କ ବିରୋଧରେ ଓଏସିସ୍‌ ସ୍କୁଲ ହଜାରିବାଗର ପ୍ରିନ୍ସପାଲ ଓ ଭାଇସ୍‌ ପ୍ରିନ୍ସପାଲ୍‌କୁ ଆସିଷ୍ଟ କରୁଥିବା ଅଭିଯୋଗ ରହିଛି। ନିଟ ୟୁଜି ପେପର୍‌ ଲିକ୍ ମାମଲାରେ ସିବିଆଇ ଏହାପୂର୍ବରୁ  ଓଏସିସ୍ ସ୍କୁଲ ହାଜରିବାଗର ପ୍ରିନ୍ସପାଲ ଏହସାନ୍‌ ଉଲହକ, ଭାଇସ ପ୍ରିନ୍ସପାଲ ଇମତିଆଜ ଆଲାମ, ମନୀଷ ଏବଂ ଆଶୁତୋଷଙ୍କୁ ଗିରଫ କରିଥିଲା। ଜମାଲୁଦ୍ଦିନ ଝାରଖଣ୍ଡର ଏକ ହିନ୍ଦୀ ଖବରକାଜରେ କାର୍ୟ୍ୟରତ ବୋଲି ତଦନ୍ତରୁ ଜଣାପଡିଛି। ସେ ଫୋନ୍ ମାଧ୍ୟମରେ ଲଗାତର ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସପାଲଙ୍କଙ୍କ ସହ ଯୋଗାଯୋଗରେ ଥିଲେ। କଲ୍ ଲିଷ୍ଟ ଏବଂ ପଚରାଉଚରା ମାଧ୍ୟମରେ ପେପର୍‌ ଲିକରେ ପ୍ରିନ୍ସିପାଲ୍ ଏବଂ ଭାଇସ ପ୍ରିନ୍ସିପାଲଙ୍କୁ ଜମାଲୁଦ୍ଦିନ୍‌ ସହାୟତା କରିଥିବା ସିବିଆଇ ଜାଣିବାକୁ ପାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking