21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶନିଟ୍‌ ପେପର୍‌ ଲିକ୍‌ ମାମଲା ; ଆଉ ଜଣେ ଗିରଫ

ନିଟ୍‌ ପେପର୍‌ ଲିକ୍‌ ମାମଲା ; ଆଉ ଜଣେ ଗିରଫ

ନୂଆଦିଲ୍ଲୀ : ନିଟ୍‌ ପେପର୍‌ ଲିକ୍‌ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସଲଭର୍‌ ତଥା ସମାଧାନକାରୀ ଶନିବାର ସିବିଆଇ ଭିଲଓ୍ୱାଡା ସ୍ଥିତ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପଢ଼ୁଥିବା ସନ୍ଦୀପକୁ ପଚରାଉଚରା କରିଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଏଠାରେ କୋର୍ଟ ସନ୍ଦୀପଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ସନ୍ଦୀପଙ୍କ ପୂର୍ବରୁ ସିବିଆଇ ରାଜସ୍ଥାନରୁ କୁମାର ମଙ୍ଗଲମ ବିଷ୍ଣୁ ଏବଂ ଦୀପେନ୍ଦ୍ର ଶର୍ମାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପାଟନା ଏମ୍ସର ଚାରିଜଣ ଛାତ୍ରଙ୍କ ସମେତ ସମାଧାନକାରୀ ଭାବରେ କାର୍ଯ୍ୟ କରିଥିବା ମୋଟ ୯ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି। କହିରଖୁ ଯେ, ନିଟ୍‌ ପେପର୍‌ ଲିକ୍‌ ମାମଲାରେ ଗୁରୁବାର ସିବିଆଇ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ଚାର୍ଜସିଟରେ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ୧୩ ଜଣଙ୍କ ନାମ ପଞ୍ଜିକରଣ କରିଛି, ଯେଉଁଥିରେ ଚାରିଜଣ ପ୍ରାର୍ଥୀ, ଜଣେ ଜୁନିୟର ଇଞ୍ଜିନିୟର ଏବଂ ଦୁଇ କିଙ୍ଗପିନଙ୍କ ନାମ ରହିଛି। ସିବିଆଇ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ କିଛି ଛାତ୍ରଙ୍କ ବାପା-ମା’ଙ୍କ ନାମ ମଧ୍ୟ ସାମିଲ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking