କାଠମାଣ୍ଡୁ: ନେପାଳରେ ହେଲା ଭୟଙ୍କର ଭୂସ୍ଖଳନ । ନଦୀରେ ଭାସିଗଲା ୨ଟି ଯାତ୍ରୀବାହି ବସ । ଯାହାଫଳରେ ବସରେ ବସିଥିବା ୬୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୬୩ ଜଣ ନିଖୋଜ ଥିବା ସୂଚନା ମିଳିଛି । ଉକ୍ତ ଘଟଣାସ୍ଥଳରେ ତଦନ୍ତ ଜାରି ରହିବା ସହ ଉଦ୍ଧାର କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି ଜ୍ଝଅନ୍ୟପଟେ ଖରାପ ପାଣିପାଗ ଯୋଗୁ କାଠମାଣ୍ଡୁରୁ ଭରତପୁର ଓ ଚିତଓ୍ବାନ ଯାଉଥିବା ସମସ୍ତ ବିମାନ ସେବାକୁ ରଦ୍ଦ କରିଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ନେପାଳର ମଦନ-ଆଶ୍ରିତ ହାଇଓ୍ବେରେ ଆଜି ଭୋର ୩.୩୦ ସୁଦ୍ଧା ଭୂସ୍ଖଳନ ଘଟିଥିଲା ।ଯାହାଫଳରେ ରାଜପଥରେ ଯାଉଥିବା ୨ ଟି ବସ ତ୍ରିଶୁଳୀ ନଦୀରେ ଭାସିଯାଇଥିଲା । ଗୋଟିଏ ବସ କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ ବସ କାଠମାଣ୍ଡୁରୁ ରାଉତହାଟ ଅଭିମୁଖେ ଯାଉଥିଲା । କାଠମାଣ୍ଡୁ ଅଭିମୁଖେ ଯାଉଥିବା ବସ୍ରେ ୨୪ ଜଣ ଯାତ୍ରୀ ଥିବା ବେଳେ ଏବଂ ଅନ୍ୟ ବସ୍ରେ ୪୧ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ୩ ଜଣ ବସରୁ ଡେଇଁପଡି ନିଜ ଜୀବନ ବଞ୍ଚାଇଥିବାବେଳେ ଅନ୍ୟ ୬୩ ଜଣଙ୍କର ଏବେସୁଦ୍ଧା ଖବର ମିଳିପାରିନାହିଁ ।
ଖରାପ ପାଣିପାଗ ପାଇଁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛିଜ୍ଝ ଏହି ଭୟଙ୍କର ଭୂସ୍ଖଳନ ଖବର ପାଇ ପୋଲିସ ଓ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଏବେସୁଦ୍ଧା ନିଖୋଜଙ୍କ ଖବର ମିଳିପାରିନାହିଁ ।ବିମାନସେବାକୁ ରଦ୍ଦ ମଧ୍ୟ କରାଯାଇଛି ଜ୍ଝ ଏବେ ମଧ୍ୟ ନେପାଳରେ ପ୍ରବଳ ବର୍ଷା ଜାରି ରହିଛି । ଯେଉଁଥିପାଇଁ ବିମାନସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଖରାପ ପାଣିପାଗ ଯୋଗୁ କାଠମାଣ୍ଡୁରୁ ଭରତପୁର ଓ ଚିତଓ୍ବାନ ଯାଉଥିବା ସମସ୍ତ ବିମାନ ଉଡାଣ ସେବାକୁ ରଦ୍ଦ କରାଯାଇଛି ।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି ଜ୍ଝ ଅନ୍ୟପଟେ ମଧ୍ୟ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଟ୍ୱିଟ କରି ସେ ଲେଖିଛନ୍ତି, “ନାରାୟଣଗଡ- ମୁଗଲିନ ରାସ୍ତାରେ ଭୂସ୍ଖଳନ ଓ ବସ ଭାସିଯିବା ଯୋଗୁଁ ପାଖାପାଖି ୫ ଡଜନ ଯାତ୍ରୀଙ୍କ ନିଖୋଜ ଖବର ମୋତେ ଅତ୍ୟନ୍ତ ଦୁଃଖିତ କରିଛି । ନିଖୋଜ ଯାତ୍ରୀଙ୍କ ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଁ ସମସ୍ତ ସରକାରୀ ଏଜେନ୍ସି ଓ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଉଛି ।”