ଭୁବନେଶ୍ୱର: ଏପ୍ରିଲ ମାସରୁ ଓଡିଶାରେ ଲାଗୁ ହେବ ଏନଇପି । । ଏପ୍ରିଲରେ ପିଲାଙ୍କୁ ଜାତୀୟ ଶିକ୍ଷାନୀତିର ଖଡି ଛୁଆଁଯିବ । ମେ ଓ ଜୁନ୍ ମାସରେ ଓଡିଶାର ଗାଁକୁ ସମସ୍ତେ ଯିବେ । ଗାଁକୁ ଯିବାକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକଙ୍କୁ ଅପିଲ ହୋଇଛି । ୫୦ ହଜାର ଗାଁକୁ ଯାଇ ଡ୍ରପ୍ ଆଉଟ୍ ପିଲାଙ୍କୁ ଖୋଜି ବାହାର କରାଯିବ । ଏନେଇ ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଜାତୀୟ ଶିକ୍ଷାନୀତି ନେଇ ପୂର୍ବ ସରକାରଙ୍କୁ ଧର୍ମେନ୍ଦ୍ର ଟାର୍ଗେଟ କରି କହିଛନ୍ତି, ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଏନଇପିକୁ ଗ୍ରହଣ କରିଥିଲା । ମୋହନ ସରକାର ଏହାକୁ କରିକି ଦେଖାଇଲେ । ଓଡିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି । ପୂର୍ବ ସରକାର ନାଚ ଗୀତରେ ପଇସା ଖର୍ଚ୍ଚ କରୁଥିଲା ।