30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶନିଟ୍‌-ୟୁଜି କାଉନସେଲିଂ ସ୍ଥଗିତ; ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନିଟ୍‌-ୟୁଜି କାଉନସେଲିଂ ସ୍ଥଗିତ; ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ: ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ପାଇଁ ବାଧ୍ୟତାମୂଳକ ଥିବା ନିଟ୍ ୟୁଜି କାଉନସେଲିଂକୁ ନିଟ୍ (ୟୁଜି)-୨୦୨୪ କାଉନସେଲିଂକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପୂର୍ବରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଆଜି ତାରିଖରୁ ନିଟ୍ (ୟୁଜି) କାଉନ୍‌ସେଲିଂ ପ୍ରକ୍ରିୟା ଅନୁଷ୍ଠିତ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏନ୍‌ଟିଏ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ଏବଂ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନ୍‌ସେଲିଂକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି । ତେବେ ଖୁବ୍‌ଶୀଘ୍ର କାଉନସେଲିଂ ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ଏନ୍‌ଟିଏ ପ୍ରତିଶ୍ରୁତି ଦେଇଛି । ମେଡିକାଲ କାଉନସେଲିଂ କମିଟି ପକ୍ଷରୁ କାଉନ୍‌ସେଲିଂ ପ୍ରକ୍ରିୟାକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟରେ ନିଟ୍ (ୟୁଜି) ମାମଲା ବିଚାରାଧୀନ ରହିଥିବା ବେଳେ ସୁପ୍ରିମକୋର୍ଟ ଆସନ୍ତା ୮ରେ ଏହି ମାମଲାର ଶୁଣାଣି କରିବାର ଅଛି । ସୁତରାଂ ଶୁଣାଣି ରାୟ ଆସିବା ପର୍ଯ୍ୟନ୍ତ ଏନ୍‌ଟିଏ କର୍ତ୍ତୃପକ୍ଷ ହୁଏତ ଅପେକ୍ଷା କରିବାକୁ ଚାହୁଁଛନ୍ତି । ଏହି କାରଣରୁ ଆଜି ତାରିଖରେ ହେବାକୁ ଥିବା କାଉନ୍‌ସେଲିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ପ୍ରକାଶ, ସୁପ୍ରିମକୋର୍ଟ ନିଜ ପୂର୍ବ ଶୁଣାଣି ସମୟରେ ନିଜ ରାୟରେ କାଉନ୍‌ସେଲିଂ ପ୍ରକ୍ରିୟା କୌଣସି ପରିସ୍ଥିତିରେ ମଧ୍ୟ ବାତିଲ ହେବ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ଏତଦ୍‌ବ୍ୟତୀତ ଉଭୟ ଏନ୍‌ଟିଏ କର୍ତ୍ତୃପକ୍ଷ ଏବଂ କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ନିଟ୍ (ୟଜି) ପରୀକ୍ଷା ଏବଂ କାଉନ୍‌ସେଲିଂ ପ୍ରକ୍ରିୟା ବାତିଲ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇସାରିଛନ୍ତି । ଏସବୁ ମଧ୍ୟରେ ଗତକାଲି ମଧ୍ୟ ଏହି ମାମଲାରେ ଶୁଣାଣି କରିବା ପୂର୍ବକ ନିଟ୍ (ୟୁଜି) କାଉନସେଲିଂକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ । ତଥାପି ମେଡିକାଲ କାଉନସେଲିଂ କମିଟି ପକ୍ଷରୁ ଆଜି ଏହାକୁ ସ୍ଥଗିତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking