33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା, ୨ ଗିରଫ

ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା, ୨ ଗିରଫ

ମୁମ୍ବାଇ : ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପି ନେତାଙ୍କୁ ହତ୍ୟା । ବାବା ସିଦିକିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଦୁଇ ଜଣଙ୍କୁ ଗିରଫ କରି ପଚରାଉରା କରୁଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ଉତ୍ତର ପ୍ରଦେଶର ହୋଇଥିବା ବେଳେ ଜଣଙ୍କ ଘର ହରିଆଣାରେ । ହତ୍ୟାକାଣ୍ଡରେ ୩ ଜଣ ସଂପୃକ୍ତ ଥିଲେ । ଅନ୍ୟ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

ଗତକାଲି ରାତି ପ୍ରାୟ ୯ଟା ବେଳେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ରାମ ତାଙ୍କ ଅଫିସ ନିକଟରେ ଗୁଳିମାଡ଼ କରିଥିଲେ । ଦଶହରା ଅବସରରେ ବାବା ସିଦ୍ଦିକି ବାଣ ଫୁଟାଉଥିବା ବେଳେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ହଠାତ ପହଞ୍ଚି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିବା ବେଳେ ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିଲା ।

ଘଟଣା ସ୍ଥଳରେ ସେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଲୀଳାବତୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।  ୩ ଥରର ବିଧାୟକ ଏବଂ ମନ୍ତ୍ରୀ ଥିଲେ ବାବା ସିଦ୍ଦିକି । ପ୍ରତିବର୍ଷ ସେ ବଡ଼ ଧରଣର ଇଫତାର ପାର୍ଟି କରିଥାନ୍ତି । ଯାହା ପାଇଁ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି । ସିଦ୍ଦିକିଙ୍କ ହତ୍ୟା ପରେ ମହାରାଷ୍ଟ୍ରତ ତଥା ମୁମ୍ବାଇରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking