34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଏନ୍‌ସିଆଇଏସ୍‌ଏମ୍ ର‌୍ୟାଙ୍କିଂ; ଶ୍ରେଷ୍ଠ ୨୦ରେ ପତଞ୍ଜଳି ଆୟୁର୍ବେଦ କଲେଜ

ଏନ୍‌ସିଆଇଏସ୍‌ଏମ୍ ର‌୍ୟାଙ୍କିଂ; ଶ୍ରେଷ୍ଠ ୨୦ରେ ପତଞ୍ଜଳି ଆୟୁର୍ବେଦ କଲେଜ

ହରିଦ୍ୱାର: ଯୋଗ ଏବଂ ଆୟୁର୍ବେଦର ପୁନରୁଦ୍ଧାର ପାଇଁ ପତଞ୍ଜଳି ଯୋଗପୀଠ ବିଶ୍ୱ ପ୍ରସିଦ୍ଧ। ଏତଦ୍‌ବ୍ୟତୀତ ଆୟୁଷ ଶିକ୍ଷା କ୍ଷେତ୍ରରେ ମଧ୍ୟ ପତଞ୍ଜଳି ବହୁତ ଭଲ କାମ କରୁଛି। ନିକଟରେ ନ୍ୟାସନାଲ କମିଶନ୍ ଫର୍ ଇଣ୍ଡିଆନ୍ ସିଷ୍ଟମ୍ ଅଫ୍ ମେଡିସିନ୍ (ଏନ୍‌ସିଆଇଏସ୍‌ଏମ୍‌) ସମଗ୍ର ଦେଶରେ ଆୟୁର୍ବେଦ କଲେଜଗୁଡିକର ରେଟିଂ ତଥ୍ୟ ପ୍ରକାଶ କରିଛି, ଯେଉଁଥିରେ ପତଞ୍ଜଳି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ (ପତଞ୍ଜଳି ଆୟୁର୍ବେଦ କଲେଜ), ହରିଦ୍ୱାର ଶ୍ରେଷ୍ଠ ୨୦ଟି କଲେଜ ମଧ୍ୟରେ ସ୍ଥାନ ପାଇଛି। ଏହି ପ୍ରସଙ୍ଗରେ ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର‌୍ୟ୍ୟ ବାଲକ୍ରିଷ୍ଣ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ପତଞ୍ଜଳି ବିଶ୍ୱବିଦ୍ୟାଳୟ ହେଉଛି ଏକ ଏ+ ଗ୍ରେଡ୍ ମାନ୍ୟତା ପ୍ରାପ୍ତ ଶିକ୍ଷଣୀୟ ପ୍ରତିଷ୍ଠାନ ବା ଶିକ୍ଷାନୁଷ୍ଠାନ। ଆୟୁର୍ବେଦ ଶିକ୍ଷା କ୍ଷେତ୍ରରେ, ପତଞ୍ଜଳି ଆୟୁର୍ବେଦ ମହାବିଦ୍ୟାଳୟର ନାମ ଦେଶର ୫୫୨ ଆୟୁର୍ବେଦ କଲେଜ ମଧ୍ୟରେ ଶ୍ରେଷ୍ଠ ୨୦ କଲେଜ ମଧ୍ୟରେ ରହିବା, ଆୟୁର୍ବେଦ କ୍ଷେତ୍ରରେ ପତଞ୍ଜଳି ଦ୍ୱାରା କରାଯାଇଥିବା କାର‌୍ୟ୍ୟକୁ ପ୍ରତିଫଳିତ କରିଥାଏ। ଆଚାର‌୍ୟ୍ୟ ବାଲକ୍ରିଷ୍ଣଙ୍କ କହିବାନୁସାରେ ଆଜି ଦେଶର ସମସ୍ତ ଆୟୁର୍ବେଦ ଶିକ୍ଷାନୁଷ୍ଠାନ ମଧ୍ୟରେ ପତଞ୍ଜଳି ଟପ୍‌-୨୦ରେ ରହିବା ଆମ ପାଇଁ ଗର୍ବର ବିଷୟ। ପତଞ୍ଜଳିର ଉଦ୍ୟମ ହେତୁ ପତଞ୍ଜଳି ଆୟୁର୍ବେଦ କଲେଜ ଟପ୍ -୨୦ ରେ ଅଛି। ଯଦି ଆମେ ଉତ୍ତରାଖଣ୍ଡ ବିଷୟରେ କହିବା ତେବେ ରାଜ୍ୟର ମୋଟ୍ ୨୦ ଆୟୁର୍ବେଦ କଲେଜ ମଧ୍ୟରେ ପତଞ୍ଜଳି ହେଉଛି ଏକମାତ୍ର କଲେଜ ଯାହା ଏ+ ଗ୍ରେଡ୍ ପାଇଛି। ତେବେ ଅନ୍ୟ ଏକ ଅନୁଷ୍ଠାନ ଯାହାକି ବି ଗ୍ରେଡ୍ ପାଇଛି, ଏହାକୁ ବାଦ୍‌ଦେଲେ ଅବଶିଷ୍ଟ ୬ଟି କଲେଜକୁ କେବଳ ସି ଗ୍ରେଡ୍ ସହିତ ସନ୍ତୁଷ୍ଟ ହେବାକୁ ପଡିଛି। ଏସବୁ ବ୍ୟତୀତ ଅନ୍ୟ ୧୨ଟି ଆୟୁର୍ବେଦ କଲେଜ ବିଭିନ୍ନ କାରଣରୁ ମୂଲ୍ୟାୟନ ବାହାରେ ରହିଛନ୍ତି। ଆଚାର‌୍ୟ୍ୟ ବାଲକ୍ରିଷ୍ଣ କହିଛନ୍ତି ଯେ ବିଭିନ୍ନ ପାରାମିଟର ଆଧାରରେ ଏନ୍‌ସିଆଇଏସ୍‌ଏମ୍ ଆୟୁଷ କଲେଜଗୁଡିକର ମୂଲ୍ୟାଙ୍କନ କରିଛି ଯେଉଁଥିରେ ଏକାଡେମିକ୍ ଗୁଣବତ୍ତା ତଥା ଲାଇବ୍ରେରୀ, ଅଧ୍ୟାପିକା ଏବଂ ଡାକ୍ତରଙ୍କ ସଂଖ୍ୟା, ରୋଗୀ ସଂଖ୍ୟା, ଅନୁଷ୍ଠାନରେ ଉପଲବ୍ଧ ଉତ୍ସ ଏବଂ ଅନୁସନ୍ଧାନ ପାଇଁ ପର‌୍ୟ୍ୟାପ୍ତ ସୁବିଧା ଅନ୍ତର୍ଭୁକ୍ତ ରହିଛି। ସେ କହିଛନ୍ତି ଯେ ଆୟୁର୍ବେଦକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଏକ ପ୍ରାମାଣିକ ଚିକିତ୍ସା ବ୍ୟବସ୍ଥାର ମାନ୍ୟତା ଦେବା ପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ କରିବୁ। ପତଞ୍ଜଳି ଆୟୁର୍ବେଦର ଉନ୍ନତି ପାଇଁ ପ୍ରତିବଦ୍ଧ, ଆମେ ଏହି ପ୍ରୟାସର ଗୁଣବତ୍ତା ବୃଦ୍ଧି କରିବୁ ଏବଂ ତଥ୍ୟ ଏବଂ ପ୍ରମାଣ ଆଧାରରେ ଆୟୁର୍ବେଦକୁ ଏକ ଉତ୍ତମ ଉପାୟରେ ଉପସ୍ଥାପନ କରିବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking