34.1 C
Bhubaneswar
Tuesday, March 24, 2026
Homeଓଡିଶା୩ ଜଣ ଗ୍ରାମବାସୀକୁ ହତ୍ୟା କଲେ ନକ୍ସଲ

୩ ଜଣ ଗ୍ରାମବାସୀକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସା ଥମିବାର ନାମ ନେଉ ନାହିଁ। ଗତ ଦୁଇ ଦିନ ଭିତରେ ନକ୍ସଲ ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେଣି। ବିଜାପୁର ଜିଲ୍ଲାର ରେଡ୍ଡି ଗ୍ରାମ ନିକଟସ୍ଥ ଗୁନ୍ନାପାରା ସାପ୍ତାହିକ ହାଟରେ ଗତକାଲି କୁକୁଡ଼ା ଗାଲି ଚାଲୁଥିବା ବେଳେ କାମକାନାର ଗ୍ରାମର ମୁକେଶ ହେମଲା(୨୪) ମଧ୍ୟ ଏହାର ମଜା ନେଉଥିଲା। ତେବେ ହଠାତ କିଛି ଅଜଣା ବ୍ୟକ୍ତି ବନ୍ଧୁକ ଧରି ମୁକେଶକୁ ଜବରଦସ୍ତ ଅପହରଣ କରିବାକୁ ଚେଷ୍ଟା କଲେ। ସେହିପରି କୋରଚଲି ଗ୍ରାମରେ ନକ୍ସଲ ପହଞ୍ଚି ପ୍ରଜାକୋର୍ଟ ବସାଇଥିଲେ। ଏହି ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଇନଫର୍ମର ବୋଲି ଘୋଷଣା କରିଥିଲେ। ସେମାନଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ ନିର୍ଦ୍ଧୁମ ପିଟିଥିଲେ। ପରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ନକ୍ସଲ ସେଠାରୁ ଚାଲିଯାଇଥିଲେ। ଗ୍ରାମବାସୀ ଏନେଇ ପୁଲିସକୁ ଖବର କିମ୍ବା କୌଣସି ସୂଚନା ଦେଇନଥିଲେ। ଦୁଇ ଗ୍ରାମବାସୀଙ୍କ ଶବକୁ ସତ୍କାର କରିବା ପରେ ପୁଲିସ ଖବର ପାଇ ଗ୍ରାମବାସୀଙ୍କୁ ପଚରାଉଚରା କରୁଛି। ଦୁଇଟି ଘଟଣାରେ ପୁଲିସ ତଦନ୍ତ କରୁଥିବା ଗାଙ୍ଗଲୁର ପୁଲିସ କହିଛି। ତେବେ ପୁଲିସ ଉପରେ ନକ୍ସଲ ଆକ୍ରମଣ କିମ୍ବା କୌଣସି ତାଂକ ପ୍ରତି କୌଣସି ହିଂସା ଘଟାଇ ପାରୁନଥିବା ବେଳେ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରି ତାଂକୁ ହତ୍ୟା କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆଦିବାସୀଙ୍କ ପାଇଁ ଲଢୁଥିବା ନକ୍ସଲ ଏବେ ଆଦିବାସୀଙ୍କୁ ହିଁ ହତ୍ୟା କରୁଥିବା କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking