21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଝାଡ଼ଖଣ୍ଡରେ ନକ୍ସଲଙ୍କ ଆଇଇଡି ବ୍ଲାଷ୍ଟ୍‌; ସିଆରପିଏଫ୍ ଏସ୍‌ଆଇ ସହିଦ୍‌

ଝାଡ଼ଖଣ୍ଡରେ ନକ୍ସଲଙ୍କ ଆଇଇଡି ବ୍ଲାଷ୍ଟ୍‌; ସିଆରପିଏଫ୍ ଏସ୍‌ଆଇ ସହିଦ୍‌

ରାଞ୍ଚି: ଗତ ୧୮ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ଝାଡ଼ଖଣ୍ଡର ଚୈବାସା ଅଞ୍ଚଳର ଜରାଇକେଲା ପ୍ରାନ୍ତରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିବା ଯୋଗୁ ସିଆରପିଏଫ୍ ୧୯୩ ବାଟାଲିୟନର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ୩ ଯବାନ୍ ଗୁରୁତର ଆହତ ହୋଇଥିଲେ। ଉଭୟ ଯବାନ୍‌ଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବିମାନ ଯୋଗେ ରାଞ୍ଚି ପଠାଇଦିଆଯାଇଥିଲା। ତେବେ ଶନିବାର ୨ ଯବାନ୍‌ଙ୍କ ମଧ୍ୟରୁ ସିଆରପିଏଫ୍ ଏସ୍‌ଆଇ ସୁନୀଲ କୁମାର ମଣ୍ଡଳଙ୍କ ଦେହାନ୍ତ ହୋଇଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରକାଶ ଆଇଇଡି ବିସ୍ଫୋରଣ ସେତେବେଳେ ହୋଇଥିଲା ଯେତେବେଳେ ସିଆରପିଏଫ୍ ଯବାନ୍‌ଙ୍କ ଏକ ଟିମ୍ ଏହି ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ୍‌ରେ ଯାଇଥିଲା। ନକ୍ସଲମାନେ ଏହି ଅଞ୍ଚଳରେ ଆଇଇଡି ପ୍ଲାଣ୍ଟ କରି ଯବାନ୍‌ଙ୍କ ଗାଡ଼ିକୁ ଉଡ଼ାଇବାକୁ ଯୋଜନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking