ଛତିଶଗଡ: ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଏକ ପ୍ରେସର ଇମ୍ପ୍ରୋଭାଇଜଡ୍ ବିସ୍ଫୋରଣରେ ଜଣେ ଜିଲ୍ଲା ରିଜର୍ଭ ଗାର୍ଡ କନଷ୍ଟେବଳ ଆହତ ହୋଇଥିବା ନେଇ ସୂଚନା ରହିଛି । ସୁରକ୍ଷା କର୍ମୀମାନେ ଜିଲ୍ଲାର ସମାନ ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଅନ୍ୟ ଏକ ଆଇଇଡି ଉଦ୍ଧାର କରିଛନ୍ତି । ଆଇଆଇଇନ ବିସ୍ଫୋରଣ ସକାଳ ପ୍ରାୟ ୧୧ ଟା ସମୟରେ ଚିଣ୍ଟାଲନର୍ ରାଇଗୁଦା ପୋଲିସ୍ କ୍ୟାମ୍ପ ନିକଟରେ ଘଟିଥିଲା ଯେତେବେଳେ ରାଜ୍ୟ ପୋଲିସର ଏକ ୟୁନିଟ୍ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ଏକ ଟିମ୍ ଏ ଅପରେସନରେ ବାହାରିଥିଲେ। ସେତେବେଳେ ଏହି ଭଵିସ୍ଫୋରଣ ଘଟିଥିବା ନେଇ ସୂଚନା ରହିଛି । ତେବେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ଅବସ୍ଥା ବିପଦମୁକ୍ତ ଅଛି ବୋଲି ସୂଚନା ରହିଛି । ଫୋର୍ସର ମିଳିତ ଟିମ୍ ଚିଣ୍ଟାଲନର୍-ନରସାପୁରମ୍ ରାସ୍ତାରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ଉଦ୍ଧାର କରିଛନ୍ତି ବୋଲି ସେ କହିଛନ୍ତି। ପରେ ବିସ୍ଫୋରଣରେ ତଦନ୍ତ ଚାଲିଥିବା ନେଇ ସୂଚନା ରହିଛି ।