22.1 C
Bhubaneswar
Saturday, March 28, 2026
Homeଓଡିଶାଅନୁପ୍ରବେଶ ରୋକିବାରେ ନୌସେନା ପ୍ରଶଂସନୀୟ ଭୂମିକା ତୁଲାଉଛି: ରାଷ୍ଟ୍ରପତି

ଅନୁପ୍ରବେଶ ରୋକିବାରେ ନୌସେନା ପ୍ରଶଂସନୀୟ ଭୂମିକା ତୁଲାଉଛି: ରାଷ୍ଟ୍ରପତି

ଭୁବନେଶ୍ବର: ଦେଶର ସୁରକ୍ଷା ପାଇଁ ନୌସେନାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସନ୍ଧ୍ୟାରେ କହିଛନ୍ତି। ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଆୟୋଜିତ ନୌସେନା ଦିବସ ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ସମୁଦ୍ର ଭିତରେ ଶତ୍ରୁଙ୍କୁ ଭାରତୀୟ ନୌବୀରମାନେ ପ୍ରତିରୋଧ କରିପାରୁଛନ୍ତି। ଜଳପଥରେ ଅନୁପ୍ରବେଶ ରୋକିବାରେ ନୌସେନା ପ୍ରଶଂସନୀୟ କାମ କରୁଛି। ୧୯୭୧ ଯୁଦ୍ଧ ବେଳେ ନୌସେନା ଯେଉଁ ଶକ୍ତି ଦେଖାଇଥିଲା, ତାହା ସବୁବେଳେ ମନେ ରହିବ। ନୌସେନାର କର୍ତ୍ତବ୍ୟକୁ ନେଇ ଭାରତୀୟମାନେ ଗର୍ବ ଅନୁଭବ କରନ୍ତି। ନୌସେନା ମୁଖ୍ୟ କହିଥିଲେ, ଆମେ ସମୁଦ୍ର ଭିତରେ କ’ଣ କରିପାରିବୁ ତାହା ଏଠାରେ ପ୍ରଦର୍ଶନ କରିଛୁ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ଭୂମିକା ଅତୁଳନୀୟ ଥିଲା। ଉଭୟ ଆରବ ସାଗର ଓ ବଙ୍ଗୋପସାଗରରେ ନୌସେନା ତା’ର ଶକ୍ତି ଦେଖାଇଥିଲା।

ନୌବୀରମାନେ ପାକିସ୍ତାନ ସେନା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ସମୁଦ୍ର ଭିତରେ ନୌବୀରମାନେ ଯାହା କରନ୍ତି, ଏହାରି ଉପରେ ଆଜି ସୁନ୍ଦର ଭାବରେ ପ୍ରଦର୍ଶିତ ହେଉଛି। ସମାରୋହରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ସରଣ ସିଂହ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ଅଥିଲେ।

ନୌସେନାର ବୀରତ୍ୱ ଦେଖିବା ପାଇଁ ନିମନ୍ତ୍ରିତ ଅତିଥିମାନେ ସଭାସ୍ଥଳରେ ଥବା ବେଳେ ବାହାର ଲକ୍ଷାଧିକ ଦର୍ଶକ ଉପସ୍ଥିତ ଥିଲେ। ନୌସେନା ଦିବସ ଅବସରେ ଆୟୋଜିତ ସମାରୋହ ପୂର୍ବରୁ ନୌସେନା ତା’ର ପରାକ୍ରମ ଦେଖାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଡେମୋର ଉଦ୍ଘାଟନ କରିଥିଲେ। ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହା ପରେ ଏଥିରେ ୧୫ଟି ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ ହୋଇଥିବାବେଳେ ବେଳାଭୂମିରେ ସତେ ଯେମିତି ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking