ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆବର୍ଷ ପାଳନ କରିବେ ନାହିଁ । ତାଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଆସନ୍ତାକାଲି ନବୀନ ନିବାସ ନଆସିବାକୁ ନବୀନ ତାଙ୍କର ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି । ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ନବୀନ ଚଳିତଥର ନଆବର୍ଷ ପାଳନ କରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ ଓ ଅଦିନିଆ ବର୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଆସନ୍ତାକାଲି ନୂଆବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ତେଣୁ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ନବୀନ ନିବାସ ନଯିବାକୁ କୁହାଯାଇଛି ।