26.1 C
Bhubaneswar
Wednesday, February 11, 2026
Homeଓଡିଶାଆସନ୍ତାକାଲି ପ୍ରଚାର କରିବେ ନବୀନ

ଆସନ୍ତାକାଲି ପ୍ରଚାର କରିବେ ନବୀନ

ନୂଆପଡ଼ା : ଆସନ୍ତାକାଲି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତାକାଲି ଓ ୭ ତାରିଖ ଶୁକ୍ରବାର ନବୀନ କରିବେ ପ୍ରଚାର।ରୋଡ଼ ଶୋ ଜରିଆରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ାବାସୀଙ୍କୁ ଦେବେ ବିକାଶର ବାର୍ତ୍ତା। ଗସ୍ତକୁ ନେଇ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଦେଖିବାକୁ ମିଳିଛି ଉତ୍ସାହ। ଉପ ନିର୍ବାଚନରେ ପ୍ରଥମ ଥର ପାଇଁ ନୂଆପ଼ଡ଼ାରେ କରିବେ ପ୍ରଚାର। ଆସନ୍ତାକାଲି କୋମନା ଆସି ସାଧାରଣ ସଭାରେ ଯୋଗଦେବେ ନବୀନ। ଯେତେବେଳେ ଅଞ୍ଚଳବାସୀଙ୍କ ପ୍ରିୟ ନେତା ନବୀନ ତାଙ୍କ ନିକଟକୁ ଆସୁଛନ୍ତି, ଏହାକୁ ନେଇ ଉତ୍ସାହିତ ବିଜେଡି କର୍ମୀ ଓ ନେତା। ଆଜି ବି ଜନତାଙ୍କ ହୃଦୟରେ ରହିଛନ୍ତି ନବୀନ। ୨୪ ବର୍ଷର ସୁଶାସନକୁ ଝୁରୁଛନ୍ତି ଜନତା। ନୂଆପଡ଼ା ଗଡ଼ ଜିତିବାକୁ ପଣ କରିଛି ବିଜେଡି। ନୂଆପଡ଼ାକୁ ଯେବେ ଯେବେ ବିଜେଡି ସଭାପତି ନବୀନ ଆସିଛନ୍ତି, ସେତେବେଳେ ପୂରା ପରିବେଶ ଚଳଚଞ୍ଚଳ ହୋଇପଡେ। ଜନତାଙ୍କ ମଧ୍ୟରେ ଭରିଯାଏ ଅନେକ ଉତ୍ସାହ। ନବୀନଙ୍କ ନୂଆପଡ଼ା ଗସ୍ତ ଘୋଷଣା ପରେ ବିପକ୍ଷ ଦଳ ମଧ୍ୟରେ ପଡ଼ିଲାଣି ଭାଲେଣି। ନବୀନ ପଟ୍ଟନାୟକଙ୍କ ଏହି ଗସ୍ତକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ନୂଆପଡାରେ ବିଜୁ ଜନତା ଦଳର ବୃହତ୍ ବିଜୟ ହେବ ବୋଲି କହିଛନ୍ତି ବିଜେଡି ନେତା ଓ କର୍ମୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking