22.1 C
Bhubaneswar
Sunday, November 17, 2024
Homeଓଡିଶାଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ଓ ପଡ ମର୍ଯ୍ୟାଦା ସବୁ ମୂଲ୍ୟହୀନ

ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା ପ୍ରତିପତ୍ତି ଓ ପଡ ମର୍ଯ୍ୟାଦା ସବୁ ମୂଲ୍ୟହୀନ

ରାଜନୀତି ହେଉଛି ନିସ୍ଵାର୍ଥପର ସେବା ଓ ପ୍ରତିବଦ୍ଧତା

ନୀତି ବିହୀନ ରାଜନୀତି କେବଳ ଛଳନା ମାତ୍ର.

ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତା ଙ୍କ ର ସବୁଠାରୁ ବଡ଼ ସମ୍ପତ୍ତି. ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ବିଶିଷ୍ଟ ଜନ ନେତା ହରିଶ୍ଚନ୍ଦ୍ର ବକ୍ସି ପାତ୍ରଙ୍କର ଜନ୍ମ ଦିବସ । ଏହି ଅବସରରେ ତାଙ୍କ ଅମର ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି ।

ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓଡ଼ିଶା ରାଜନିତୀରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଛାତ୍ର ଜୀବନରୁ ତାଙ୍କର ସଂଗ୍ରମୀ ଜୀବନ ଆରମ୍ଭ ହୋଇଥିଲା । ଗରୀବ ଲୋକଙ୍କ କଲ୍ୟାଣ ପାଇଁ ସେ ସଂଗ୍ରାମ କରିଯାଇଛନ୍ତି । ଆଦିବସୀ ଭାଇଭଉଣୀଙ୍କର ହକ୍ ପାଇଁ ସେ ସଂଗ୍ରାମ କରୁଥିଲେ । ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ସେ ସଂଗ୍ରାମ କରୁଥିଲେ ସେମାନଙ୍କୁ ଶୋଷଣରୁ ମୁକ୍ତି ଦେବା ପାଇଁ ସେ ଲଢ଼େଇ କରୁଥିଲେ । ସଂଗ୍ରାମ ହିଁ ଥିଲା ତାଙ୍କର ସବୁଠାରୁ ବଡ଼ ପରିଚୟ । ଜଣେ ମନ୍ତ୍ରୀ ବା ବିଧାୟକ ଭାବରେ ପରିଚୟ ଠାରୁ ଏ ପରିଚୟ ଥିଲା ବହୁ ଉପରେ । ସେ ଥିଲେ ଗରୀବ ଜନତାର ପ୍ରକୃତ ବନ୍ଧୁ । ସମାଜବାଦୀ ଆଦର୍ଶରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ଏହି ଆଦର୍ଶ ତାଙ୍କ ଜୀବନ ଓ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା । ତାଙ୍କ ପିଢ଼ୀର ରାଜନେତାଙ୍କ ଅଭାବ ଆଜି ସମସ୍ତେ ଅନୁଭବ କରୁଛନ୍ତି ।

ରାଜନୀତି ହେଉଛି ଏକ ପ୍ରତିବଦ୍ଧତା,ଏକ ଆଦର୍ଶ ପାଇଁ ପ୍ରତିବଦ୍ଧତା ,ଲୋକଙ୍କୁ ନିସ୍ଵାର୍ଥପର ସେବା ଦେବାର ପ୍ରତିବଦ୍ଧତା.ଏହା ନିଃସନ୍ଦେହ ରେ କୁହାଯାଇପାରେ କି ରାଜନୀତି ହେଉଛି କ୍ଷମତା ର ସିଡ଼ି. ଲୋକଙ୍କ କଲ୍ୟାଣ ପାଇଁ କାମ କରିବାକୁ ଏକ ସୁଯୋଗ.କିନ୍ତୁ ନୈତିକତା ବିହୀନ ରାଜନୀତି କେବଳ ଛଳନା ପଦବାଚ୍ୟ. ଜଣେ ନିଷ୍ଠାପର ଓ ପ୍ରତିଶ୍ରୁତି ବଦ୍ଧ ରାଜନେତା ହିଁ ଲୋକଙ୍କ ଜୀବନ ରେ ରୂପାନ୍ତର ଆଣିପାରିବ. ଅନେକ ରାଜନୀତି କୁ କ୍ଷମତା ହାସଲ ପାଇଁ ଏକ springboard ଭାବ ରେ ବିଚାର କରନ୍ତି.

କିନ୍ତୁ ମୋ ବିଚାରରେ ଲୋକଙ୍କ ଭଲ ପାଇବ ଆଗରେ , କ୍ଷମତା,ପଦ ମର୍ଯ୍ୟାଦା ଓ ପ୍ରତିପତ୍ତି ତୁଛ.ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତା ଙ୍କ ର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking