ଭୁବନେଶ୍ୱର : ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ତଥାଗତ ସତପଥୀ । କଣ ପାଇଁ ବିଜେଡି ହାରିଲା ସମ୍ପାଦକୀୟ ରଖିଛନ୍ତି ମତ । ପରାଜୟ ପାଇଁ ପାଣ୍ଡିଆନ କି ଭାଜପା ନୁହେଁ , ନବୀନ ଦାୟୀ । ପ୍ରଶାସନିକ ବ୍ୟବସ୍ଥାରେ ଆଇଏସ ଅବସର ପରେ ଜନ୍ମସ୍ଥାନକୁ ଫେରିଯାଆନ୍ତି । କିନ୍ତୁ ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ନବୀନ ଓଡିଆଙ୍କୁ ନବୀନ ଓଡିଆଙ୍କୁ ତାଚ୍ଛଲ୍ୟ କଲେ । ନବୀନ ଭାବିଥିଲେ ସେ ଯାହାକୁ ଛିଡା କରିବେ ସେ ଯିତିଯିବେ । ନବୀନ ଓଡିଶାକୁ ନିଜର ଜାଗିର ଧରିନେଇଥିଲେ କହିଛନ୍ତି ତଥାଗତ । ଦଳ ଗଢିଥିବା ଲୋକଙ୍କୁ ଅଣଦେଖା କରି ମୁଷ୍ଟିମେୟଙ୍କୁ ଧରି ଶାସନ କଲେ । ଭାଜପା ସମର୍ଥନରେ ୨୦୦୯ ପଯ୍ୟନ୍ତ ବିଜେଡି କ୍ଷମତା ରଖିପାରିଥିଲା । ପ୍ୟାରୀ ପକାଇଥିବା ଭିତ୍ତିଭୂମି ଯୋଗୁଁ ବିଜେଡି ଏକାକୀ ୨୦୦୯ ନିର୍ୱାଚନ ଜିତିଲା । ପ୍ୟାରୀଙ୍କ ଭଳି ଦଳର ଅନେକ ସଦସ୍ୟଙ୍କ ଯୋଗୁଁ ବିଜେଡି ୨୪ ବର୍ଷ ତିଷ୍ଠିଲା । ୨୦୧୯ ପରେ ପାଗଳାମି ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ତଥାଗତ । ଆହୁରି କହିଛନ୍ତି ଯଦି ନବୀନ ପାଇଁ ବିଜେଡି ୫ ଥର ଜିତିଲା ଷଷ୍ଠ ଥର ପରାଜୟ ପାଇଁ ସେ ଦାୟୀ ।