ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଓ ନୂଆପଡା ର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ବିୟୋଗ ରେ ନୂଆପଡା ରେ ଆୟୋଜିତ ଶୋକ ସଭା ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନବୀନ କହିଛନ୍ତି, ନୂଆପଡାର ବିକାଶ କ୍ଷେତ୍ରରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନିଷ୍ଠା,ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ସେ ସବୁଦିନ ମନେ ରହିବେ । ଶାନ୍ତ,ସରଳ ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେ ।ଢୋଲକିଆ ବାବୁଙ୍କ ଅଧୁରା କାମ କୁ ପୁରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ନିଜେ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପଟନାୟକଙ୍କ ପ୍ରତିଶ୍ରୁତି । ବିଜୁ ଜନତା ଦଳର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡାରେ ଆୟୋଜିତ ଶୋକ ସଭାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଅଭାସି ଜରିଆରେ ଯୋଗ ଦେଇ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ପଟନାୟକ କହିଥିଲେ ଯେ ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳ ର ଗୋଟେ ସ୍ତମ୍ଭ ଥିଲେ । ଦଳକୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା ।
ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିଥିଲେ । ସାଧାରଣ ଲୋକଙ୍କ ସହ ସ୍ବର୍ଗତ ଢୋଲକିଆଙ୍କ ସମ୍ପର୍କ ବିଷୟ ଉଲ୍ଲେଖ କରି ଶ୍ରୀ ପଟନାୟକ । କହିଥିଲେ ଯେ ସ୍ବର୍ଗତ ଢୋଲକିଆ ଲୋକଙ୍କ ସୁଖ ଦୁଃଖ ର ସାଥି ଥିଲେ. ସେ ବହୁବାର ବିଧାୟକ ହୋଇଛନ୍ତି । ମନ୍ତ୍ରୀ ହୋଇଛନ୍ତି । ନୂଆପଡା ର ବିକାଶ ରେ ସ୍ବର୍ଗତ ଢୋଲକିଆ ଙ୍କ ଅବଦାନ ବିଷୟରେ ରେ ସ୍ମରଣ କରାଇ ବିରୋଧୀ ଦଳ ନେତା କହିଛନ୍ତି ଯେଭିତିଭୂମି ବିକାଶ ବିଶେଷ କରି ନୂଆପଡା ରେ ବିଜୁ ଏକ୍ସପ୍ରେସ ୱେ,ପିଇବା ପାଣି ଓ ଜଳସେଚନ କ୍ଷେତ୍ର ରେ ସ୍ବର୍ଗତ ଢୋଲକିଆ ବହୁତ ଭଲ କାମ କରିଥିଲେ । ସେହିପରି ଜନଜାତି ଭାଇ ଭଉଣୀ ମାନଙ୍କ କଲ୍ୟାଣ ସହ ନୂଆପଡା ରେ ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଢୋଲକିଆ ବାବୁଙ୍କ ଅବଦାନ ବହୁତ ବେଶୀ ସମାଜସେବା କ୍ଷେତ୍ର ରେ ଢୋଲକିଆ ବାବୁଙ୍କ ବିଶେଷ ପରିଚୟ ଥିଲା ବୋଲି ଶ୍ରୀ ପଟନାୟକ କହିଛନ୍ତି । ଗରିବ ଲୋକ ଙ୍କ ବିବାହ ହେଉ ବା ଚକ୍ଷୁ ଚିକିତ୍ସା ଶିବିର ଓ ଭିନ୍ନକ୍ଷମ ମାନଙ୍କ ପାଇଁ ଶିବିର ଆୟୋଜନ କରି ସେ ଲୋକଙ୍କ ସେବା ଜାରି ରଖିଥିଲେ । ଅନେକ ମନ୍ଦିର,ମସଜିଦ,ଚର୍ଚ୍ଚ ,ଗୁରୁଦ୍ୱାର ଆଦିର ପୁନଃରୁଦ୍ଧାର ରେ ନିଜକୁ ସାମିଲ ମଧ୍ୟ କରିଥିଲେ । ତାଙ୍କର ଶାନ୍ତ ସରଳ ଅମାୟିକ ଓ ନିରହଂକାର ଗୁଣ ଯୋଗୁଁ ସେ ସମସ୍ତଙ୍କର ଆଦରଣୀୟ ଥିଲେ ବୋଲି ଶ୍ରୀ ପଟନାୟକ କହିଛନ୍ତି । ସେ କହିଛନ୍ତି ସ୍ବର୍ଗତ ଢୋଲକିଆ ଆଜି ଆମ ଭିତରେ ନାହାନ୍ତି । କିନ୍ତୁ ନୂଆପଡା ର ବିକାଶ ଓ ଲୋକ ଙ୍କ କଲ୍ୟାଣ ପାଇଁ ତାଙ୍କ ର ପ୍ରତିବଦ୍ଧତା,ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେ ଲୋକ ଙ୍କ ହୃଦୟ ଜିତି ପାରି ଥିଲେ । ସେ ଲୋକଙ୍କ ପ୍ରିୟ ଥିଲେ ଏବଂ ସବୁବେଳେ ପ୍ରିୟ ହୋଇ ରହିଥିବେ । ଏ ଦୁଃଖ ସମୟରେ ସେ ନିଜେ ଏବଂ ପୁରା ବିଜୁ ଜନତା ଦଳ ଢୋଲକିଆ ବାବୁଙ୍କ ପରିବାର ସହ ରହିଛନ୍ତି । ତାଙ୍କ ପତ୍ନୀ କଳ୍ପନା ଜୀ ଓ ପୁଅ ଜୟ ଙ୍କୁ ଓ ନୂଆପଡା ବାସୀଙ୍କୁ ମଧ୍ୟ ଶ୍ରୀ ପଟନାୟକ ଗଭୀର ସମବେଦନା ଜଣାଇଥିଲେ ଢୋଲକିଆ ବାବୁଙ୍କ ଅଧୁରା କାମ କୁ ପୁରା କରିବାକୁ ତାଙ୍କ ପରିବାର ସହ ସେ ନିଜେ ଓ ବିଜୁ ଜନତା ଦଳ ସମସ୍ତେ ଏକାଠି କାମ କରିବେ ବୋଲି ଶ୍ରୀ ପଟନାୟକ ପ୍ରତିଶ୍ରୁତି ଦେଇଥିଲେ ।










