25.1 C
Bhubaneswar
Saturday, March 21, 2026
Homeଓଡିଶାବିଜେପି ସରକାର ହେଉଛି ମହଙ୍ଗା ମାଡ଼ର ସରକାର: ନବୀନ

ବିଜେପି ସରକାର ହେଉଛି ମହଙ୍ଗା ମାଡ଼ର ସରକାର: ନବୀନ

ଭୁବନେଶ୍ୱର (ବିପିନ୍ ସିଂ): ଦୀର୍ଘ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ସୋମବାର ପ୍ରଥମ ଥର ବିକ୍ଷୋଭକୁ ଓହ୍ଲାଇଛନ୍ତି। ଦରଦାମ୍ ବୃଦ୍ଧି ବିରୋଧରେ ଆଜି ଲୋୟର-ପିଏମ୍‌ଜିରେ ନବୀନଙ୍କ ନେତୃତ୍ୱରେ ମୋହନ ସରକାର ବିରୋଧରେ ଗର୍ଜିଛି ବିଜେଡି। ଏହି ଅବସରରେ ନବୀନ କହିଛନ୍ତି ବିଜେପି ସରକାର ହେଉଛି ମହଙ୍ଗା ମାଡ଼ର ସରକାର। ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ଦଳର ସଭାପତି ନବୀନ ପଟ୍ଟନାୟକ ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ ସାମିଲ ହୋଇଥିଲେ ଦଳର ବରିଷ୍ଠ ନେତା, ସାଂସଦ, ବିଧାୟକ ଓ ଅନ୍ୟ ତୁଙ୍ଗନେତା। ସେହିପରି ଦଳର ଛାମୁଆ ସଂଗଠନ ଯୁବ, ଛାତ୍ର, ମହିଳା ଶାଖାର ହଜାର ହଜାର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ।

ଏହି ଅବସରରେ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ଯେ ଜୁନ ମାସରେ ଓଡିଶାରେ ବିଜେପି ସରକାର ଗଠନ ହୋଇଛି । ସରକାର ଗଠନକୁ ୭ ମାସ ହୋଇଗଲାଣି । ଏହା ଭିତରେ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ । କିନ୍ତୁ କାମ ଘର ଶୂନ । ଦରଦାମ ବଢ଼ି ବଢ଼ି ଚାଲିଛି । କିନ୍ତୁ ସରକାରଙ୍କ ପଦକ୍ଷେପ କିଛି ନାହିଁ । ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି । କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁନାହିଁ । ଡାଲି, ତେଲ, ପରିବା, ଗ୍ରୋସରୀରୁ ଆରମ୍ଭ କରି ମେଡ଼ିସିନ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶଛୁଆଁ । ମାର୍କେଟ୍‌? ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଆଇ ମା’ କାହାଣୀ କହି ସରକାର ଖୁସି । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇଗଲାଣି । ଅଦିନିଆ ବର୍ଷା, ଫସଲହାନି ଦୁଃଖ ଦେଉଛି । ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡା ହୋଇଛି । କିନ୍ତୁ ନେତାଙ୍କ ସମୟ ନିଜ ପ୍ରଚାରରେ ବିତୁଛି । ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି । ମା’ ମାନେ କାନ୍ଦୁଛନ୍ତି । ଚାଷୀ କାନ୍ଦୁଛନ୍ତି, କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking