ଅମିତ ଓଡିଶାର ଗର୍ବ
ପରବର୍ତୀ ଅଲିମ୍ପିକରେ ଭାରତୀୟ ହକି ଦଳ ପାଇଁ ସୁନା ପଦକ କାମନା କଲେ ନବୀନ ପଟ୍ଟନାୟକ
ଭାରତୀୟ ହକି ଦଳ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ
ଭୁବନେଶ୍ୱର : ଭାରତୀୟ ହକି ଦଳ ର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସ ଙ୍କୁ ଆଜି ବିରୋଧୀ ଦଳନେତା ନବୀନ ପଟନାୟକ ନବୀନ ନିବାସ ରେ ସମ୍ବର୍ଦ୍ଧିତ କରିଛନ୍ତି l ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରା ଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ l ଅମିତ ଙ୍କୁ ଓଡିଶା ର ଗର୍ବ ଭାବରେ ଶ୍ରୀ ପଟନାୟକ ବର୍ଣ୍ଣନା କରିବା ସହ ଯୁବ ପିଢ଼ିକୁ ତାଙ୍କର ସଫଳତା ପ୍ରେରଣା ଦେଇଚାଲିବ ବୋଲି କହିଥିଲେ l
ଓଡିଶା ଭାରତୀୟ ହକି ଦଳ କୁ ପ୍ରାୟୋଜିତ କରିବା ପରେ ଲଗାତାର ଦୁଇଟି ଅଲିମ୍ପିକ ରେ ଦଳ ଦୁଇ ଦୁଇ ଟି ବ୍ରୋଂଜ଼ ପଦକ ପାଇ ଦେଶ ର ଗୌରବ ବୃଦ୍ଧି କରିଥିବାରୁ ଶ୍ରୀ ପଟ୍ଟନାୟକ ଅମିତଙ୍କୁ ଓ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇ ଥିଲେ l ଆଗାମୀ ଲସଏଞ୍ଜେଲସ ଅଲିମ୍ପିକରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରି ସୁନା ପଦକ ଜିତିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ ଆଶା ବ୍ୟକ୍ତ କରିଥିଲେ l ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇବା ନବୀନ ପଟ୍ଟନାୟକଙ୍କୁ ପ୍ୟାରିସ ଅଲିମ୍ପିକର mascot ପ୍ରଦାନ କରିବା ସହ ଭାରତୀୟ ହକି ଦଳର ଏହି ସଫଳତାରେ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନ ପାଇଁ ଦଳ ପକ୍ଷରୁ ଅମିତ ତାଙ୍କୁ କୃତଜ୍ଞତା ଜଣାଇଥିଲେ l










