28.1 C
Bhubaneswar
Sunday, September 8, 2024
Homeଓଡିଶାକେନ୍ଦ୍ର ବଜେଟ୍‌ରେ ଓଡ଼ିଶା ନିରାଶ

କେନ୍ଦ୍ର ବଜେଟ୍‌ରେ ଓଡ଼ିଶା ନିରାଶ

ଭୁବନେଶ୍ୱର : କେନ୍ଦ୍ର ସରକାର ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ରର ବିଜେପିର ସରକାରକୁ ଟାର୍ଗେଟ୍ କରିଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ବଜେଟରେ ଓଡ଼ିଶାବାସୀଙ୍କ ପାଇଁ କିଛି ନାହିଁ । ରାଜ୍ୟବାସୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି କେନ୍ଦ୍ର ସରକାର ପୂରଣ କରିନାହାଁନ୍ତି । କେନ୍ଦ୍ର ସରକାର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା, ହେଲେ ତାହା ପୂରଣ କଲାନାହିଁ । ବଜେଟରେ ଆନ୍ଧ୍ର ଓ ବିହାରକୁ ବିପୁଳ ଅର୍ôଥକ ସହାୟତା ମିଳିଥିବା ବେଳେ ଓଡିଶା ପାଇଁ କିଛି ନାହିଁ । ରାଜ୍ୟ ସରକାର ବାରମ୍ବାର କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରୁଥିବା ବେଳେ ବଜେଟରେ ଏନେଇ କେନ୍ଦ୍ର ସରକାର କିଛି ସମାଧାନ କରିନାହାଁନ୍ତି । କୋଇଲା ରୟାଲିଟି କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଥିବା କଥା ନବୀନ ପଟ୍ଟନାୟକ କହିଛନ୍ତି ।

ନବୀନ ଆହୁରି ମଧ୍ୟ କହିଛନ୍ତି ଆମେ ସମସ୍ତେ ଜାଣୁ ଯେ ବନ୍ୟା, ବାତ୍ୟା ପରି ଓଡିଶା ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ । ବିପର୍ଯ୍ୟୟ ପରିଚାଳନା ପାଇଁ ଆମେ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ପାଇଁ ଅନୁରୋଧ କରିଥିଲୁ । ଅନ୍ୟ ରାଜ୍ୟଗୁଡିକର ସମାନ ଅନୁରୋଧକୁ ବିଚାର କରାଯାଇ ସେମାନଙ୍କୁ ବନ୍ୟା ସୁରକ୍ଷା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଯାଇଥିବାବେଳେ ବିପର୍ଯ୍ୟୟ ପରିଚାଳନା ଉପରେ ଓଡିଶାର ପ୍ରକୃତ ଚାହିଦାକୁ ବିଚାର କରାଯାଇ ନାହିଁ । ତେଣୁ ଉଭୟ ମାମଲାରେ ଏହା ସ୍ୱତନ୍ତ୍ର ପ୍ୟାକେଜ୍ ହେଉ କିମ୍ବା କୋଇଲା ରୟାଲଟିର ସଂଶୋଧନ ହେଉ, ଓଡିଶା ଏନଡିଏ ଦ୍ୱାରା ଅବହେଳିତ ହୋଇ ଚାଲିଛି ।

ଶେଷରେ ନବୀନ ଓଡିଶାର ପର୍ଯ୍ୟଟନ ଉପରେ କେନ୍ଦ୍ର ବଜେଟରେ ଘୋଷଣାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଓଡିଶା ପାଇଁ ପର୍ଯ୍ୟଟନ ଉପରେ ଏକ ଧ୍ୟାନ ଥିବାରୁ ମୁଁ ଖୁସି ଅଟେ । ମୁଁ ଆଶା କରେ ଏଥିରେ ଭଲ କାମ ହେବ । ସବିଶେଷ ତଥ୍ୟ ବାହାରକୁ ଆସିବା ପାଇଁ ଆମେ ଅପେକ୍ଷା କରିବୁ, ଯାହା ପରେ ଜଣାପଡିବ ଓଡିଶାର ପର୍ଯ୍ୟଟନକୁ ନେଇ କଣ ଯୋଜନା ରହିଛି । ଏଥି ସହିତ ନବୀନ କହିଛନ୍ତି ‘ମୁଁ କହିବି ଯେ ଓଡିଶାକୁ କେନ୍ଦ୍ର ବଜେଟରେ ଅବହେଳା ହେତୁ ମୁଁ ନିରାଶ ଅନୁଭବ କରୁଛି । ଯେତେବେଳେ ରାଜ୍ୟର ଦେଶକୁ ଏତେ ଅବଦାନ ରହିଛି, କିନ୍ତୁ ଓଡ଼ିଶା ବାରମ୍ବାର ଅବହେଳାର ଶିକାର ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking