29.1 C
Bhubaneswar
Saturday, February 7, 2026
Homeଓଡିଶାଭୋଟ ଚୋରି କରି ସରକାର ଗଢ଼ିଥିଲେ ଏଵେ ପ୍ରାର୍ଥୀ ଚୋରି କରିଛନ୍ତି

ଭୋଟ ଚୋରି କରି ସରକାର ଗଢ଼ିଥିଲେ ଏଵେ ପ୍ରାର୍ଥୀ ଚୋରି କରିଛନ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡା ରେ ପହଂଚିଛନ୍ତି।କୋମନା ବ୍ଲକ ର ତାରାବୋଡ଼,ଧାନମଣ୍ଡି ପଡିଆ ରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ହଜାର ହଜାର ଲୋକ ଙ୍କୁ ଉଦବୋଧନ ଦେଇ ନୂଆପଡା ଉପନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କ ଉଦବୋଧନ ରେ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଥିଲେ।ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟ ରେ ନୂଆପଡା ଜିଲ୍ଲା ର ପ୍ରଭୁତ ଉନ୍ନତି ହୋଇଥିଲା। ବିଜୁ ଏକ୍ସପ୍ରେସ way ଠାରୁ ଆରମ୍ଭ କରି ଭଲ ପିଇବା ପାଣି,୧୦ହଜାର ହେକଟର ରୁ ଅଧିକ ଜମି କୁ ପାଣି ଦିଆଯାଇଛି। ସୁନାବେଡା ଅଭୟରଣ୍ୟ ର ଲୋକ ଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା।

କିନ୍ତୁ ବିଜେପି ସରକାର ଆସିବା ପାରେ ପରିସ୍ଥିତି ପୁରା ବଦଳି ଯାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସାରା ରାଜ୍ୟ ରେ ଏଵେ ବିକାଶ କାମ ପୁରା ବନ୍ଦ ହୋଇଯାଇଛି। ଆଇନ ଶୃଙ୍ଖଳା ପୁରା ଭୁଶୁଡି ଯାଇଛି। ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି। ଭାଇଚାରା ର ରାଜ୍ୟ ଓଡିଶା ସୁନାମ ଆଜି ନଷ୍ଟ ହୋଇଗଲାଣି। ମିଶନ ଶକ୍ତି ମା ମାନେ ରାଜ୍ୟ ରେ ଏକ ନୀରବ ଆନ୍ଦୋଳନ ଆଣିଥିଲେ |କିନ୍ତୁ ଏ ସରକାର ମିଶନ ଶକ୍ତି ମା ମାନେ ଆଜି loan ପାଉନାହାନ୍ତି। ୮ ମାସ ହେଲା ମିଶନ ଶକ୍ତିମା ମାନେ ଦରମା ପାଉ ନ ଥିବାରୁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ଏ ସରକାର କେବଳ ମିଛ ପ୍ରଚାର ରେ ମାତିଛି। ମିଛ ପ୍ରଚାର ରେ ହିରୋ। କିନ୍ତୁ କାମ ରେ zero। ଏ ସରକାର Game ଚେଞ୍ଜର ନୁହେଁ Name ଚେଞ୍ଜର।ରଙ୍ଗ ମରା ସରକାର।

ଶ୍ରୀ ପଟ୍ଟନାୟକ ତାଙ୍କ ଭାଷଣରେ ସରକାର ଙ୍କ ପ୍ରତିଶ୍ରୁତି, ଯଥା ୩୦୦ unit ମାଗଣା ବିଜୁଳି, ସବୁ ବୁଢ଼ା ବୁଢ଼ୀ ଙ୍କୁ ୩୫୦୦ ଟଙ୍କା ଭତ୍ତା ,ସବୁ ପଂଚାୟତ ର ୧୦୦ ଯୁବକ ଙ୍କୁ ଚାକିରୀ, ଚାଷୀଙ୍କୁ ୟୁରିଆ ସାର ମିଳିବା, କଟନୀ ଛଟନୀ ବନ୍ଦ ହେବା, BSKY ଭଲ କି ଆୟୁଷ୍ମାନ card ଭଲ ଆଦି ବିଷୟ ରେ ପଚାରି ବୁଝିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ଭୋଟ ଚୋରି କରି ସରକାର ଗଢ଼ିଥିଲା। ଏଵେ ପ୍ରାର୍ଥୀ ଚୋରି କରିଛନ୍ତି। ନୂଆପଡା ବାସୀଙ୍କ ସହ,ବିଜୁ ଜନତା ଦଳ ସହ ଓ ତାଙ୍କ ସହ ବେଇମାନି ହୋଇଛି। ଏଥି ପାଇଁ ଲୋକ ମାନଙ୍କ ମନ ରେ କ୍ରୋଧ ରହିଛି। ଏ ବିଶ୍ୱାସ ଘାତକତା ର ଜବାବ ନୂଆପଡା ବାସୀ ଭୋଟ ରେ ଦେଵେ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ। ଏ ସଭା ରେ ବିଜେଡି ର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନୋଜ ମିଶ୍ର , ସାଂସଦ ନିରଞ୍ଜନ ବିଶି, ଟୁକୁନି ସାହୁ,ଅବନୀ ଯୋଶୀ ବିଧାୟକ ଅଧୀରାଜ ପାଣିଗ୍ରାହୀ,ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking