ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ- ଜୟନାରାୟଣ ମୁହାଁମୁହିଁ ହୋଇଛନ୍ତି । ଘୋଡା ବେପାର ନେଇ ପରସ୍ପରକୁ ଆକ୍ଷେପ କରିଛନ୍ତି । ବିଜେପି ଘୋଡା ବେପାର କରୁଛି, ଏହା ଅପରାଧ କହିଲେ ନବୀନ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ । ବିଜେପି ପ୍ରାର୍ଥୀ ଘୋଡା ବେପାର ଚେଷ୍ଟା ଜାରି ରଖିଛନ୍ତି । ଏପଟେ ନବୀନଙ୍କୁ କଡା କାଉଣ୍ଟର କରି ଜୟନାରାୟଣ କହିଛନ୍ତି ନବୀନଙ୍କର ଘୋଡା ବେପାର ଅଭିଜ୍ଞତା ରହିଛି । ଆମେ ଘୋଡା ବେପାର କରୁନୁ, ବିବେକାନୁମୋଦିତ ଭୋଟ ମାଗିଛୁ । ବିଜେଡି ବୁଡିଲା ଡଙ୍ଗା, ସିଏ ଡଙ୍ଗାରେ କିଏ ବସିବ । ଏଥିରୁ ନବୀନ ପରାଜୟ ସ୍ୱୀକାର କରୁଥିବା ଜଣାପଡିଗଲାଣି ।










