ଭୁବନେଶ୍ୱର: ଦିଲ୍ଲୀ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ରାଜ୍ୟସଭା ସାଂସଦଙ୍କୁ ଭେଟିବେ ନବୀନ । ଆଗକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ଉପରେ ହେବ ଆଲୋଚନା । ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ନବୀନ। ତେଣେ ନବୀନ ପଟ୍ଟନାୟକ ନିଜ ଦଳର ସାଂସଦମାନଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କି ଭୂମିକା ନେବା ସେନେଇ ଆଲୋଚନା କରିପାରନ୍ତି।










