25.1 C
Bhubaneswar
Friday, March 6, 2026
Homeଓଡିଶାଗୁଜବ ଓ ମିଥ୍ୟା ପ୍ରଚାରକୁ ନିନ୍ଦା କଲେ ନବୀନ

ଗୁଜବ ଓ ମିଥ୍ୟା ପ୍ରଚାରକୁ ନିନ୍ଦା କଲେ ନବୀନ

ଭୁବନେଶ୍ବର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢିବାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଗୁଜବ ଓ ମିଥ୍ୟା ପ୍ରଚାର କରାଯାଉଛି। ନବୀନଙ୍କୁ କିଛି ଲୋକ ଚକ୍ରାନ୍ତ କରି କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବାକୁ ପ୍ରେରଣ କରିଥିବା ନେଇ ପ୍ରଚାର କରାଯାଉଛି। ଯାହାକୁ ନିନ୍ଦା କରିବା ସହ ଏପରି ଗୁଜବ ଓ ଅପପ୍ରଚାର କରୁଥିବା ଲୋକଙ୍କୁ ପ୍ରଭୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି ନବୀନ କହିଛନ୍ତି। ଗଣମାଧ୍ୟମ ‘ଏକ୍ସ’ରେ ନବୀନ ପୋଷ୍ଟ କରି ଲେଖିଛନ୍ତି,

ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି। ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ। ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ୍ ବୁଝିଲେଣି। ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking